ଢେଙ୍କାନାଳ (ସମୃଦ୍ଧ ଓଡିଶା) ପୂର୍ବ ନିଷ୍ପତ୍ତି ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ବରିଷ୍ଟ ନାଗରିକ ପରିଷଦର ତୃତୀୟ ବୈଠକ ଆଜି ପିପାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଅବସର ପ୍ରାପ୍ତ ଜିଲ୍ଲା ଜଜ ଦୁର୍ଗରେ ଚରଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ପରିଷଦର ସଂପାଦକ ଅବସର ପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଜଳସଂପଦ ବିଭାଗର ଗୁଣଧର ମିଶ୍ର, ପ୍ରାକ୍ତନ ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ସାହୁ, ଶିକ୍ଷାବିତ ଡ଼ଃ. ସୁସନ୍ଧ୍ୟା ମହାନ୍ତି, ସମାଜସେବୀ ଯୋଗୀନାଥ ମହାନ୍ତି, ପଞ୍ଚାନନ ପାଳ, ଉପଦେଷ୍ଟା ସମାଜସେବୀ ପ୍ରଶାନ୍ତ କୁମାର ମିଶ୍ର, ଉପଦେଷ୍ଟା ବିଭୁତି ଭୂଷଣ ଢାଳ ସହସଂପାଦକ ବିନାୟକ ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ । ପୂର୍ବତନ ଆରକ୍ଷୀ ଅଧିକ୍ଷକ ଶରତ କୁମାର ସାହୁ, ପୂର୍ବତନ ଜିଲ୍ଳାମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ମୋହିତ କୁମାର ଦାଶ, ବହାଦୁର ପାଟ୍ଟସାହାଣୀ ପ୍ରମୁଖ ନୂତନ ଭାବେ ଉପସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଓଡ଼ାପଡ଼ା ବ୍ଳକରୁ ପ୍ରତିନିଧିତ୍ୱ କରିବା ପାଇଁ ଶିକ୍ଷାବିତ ତଥା ସମାଜସେବୀ ଶଶାଙ୍କ ଶେଖର ରଥ ଓ ଶିକ୍ଷାବିତ ରମାକାନ୍ତ ଦାଶ ଉପସଭାପତି ଭାବେ, ଶିକ୍ଷାବିତ ହରିପ୍ରସାଦ ନନ୍ଦ ଓ ରାମଚନ୍ଦ୍ର କରଣଙ୍କୁ ସହ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା । ସଂପାଦକ ଗୁଣଧର ମିଶ୍ର ବୈଠକର ଉଦ୍ଦେଶ୍ୟ ଜ୍ଞାପନ, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ଅବସରପ୍ରାପ୍ତ ଜିଲ୍ଲା ଜଜ ଦୁର୍ଗାଚରଣ ମିଶ୍ର ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ଆଭିମୁଖ୍ୟ କହିବା ସହ ଗ୍ରାମାଞ୍ଚଳରୁ ଗରିବ ଓ ଅସହାୟ ବରିଷ୍ଠ ନାଗରିକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ତଥା ଅସହାୟ ମହିଳା ଓ ଶିଶୁମାନଙ୍କୁ ସରକାରଙ୍କ ପ୍ରଦତ୍ତ ସୁବିଧା ଗୁଡିକ ପାଇବାରେ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ଓ ଏହି କାର୍ଯ୍ୟକୁ ସମସ୍ତେ ଐଶୟବଦ୍ଧ ଭାବରେ ଆଗେଇ ନେବାକୁ ଦୃଢ ଆହ୍ୱାନ ଜଣାଇଥିଲେ । ସଭା ପ୍ରାରମ୍ଭରେ କବି ସରିତା ପାଟ୍ଟସାହାଣୀ, ବରିଷ୍ଠ କବି କୁଞ୍ଜବିହାରୀ ସାହୁ, ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଆଗାମୀ ପିଢ଼ି ଯଥା ଛାତ୍ର ଓ ଯୁବସମାଜକୁ କର୍ମସ, ପରିମାର୍ଜିତ ଓ ଚରିତ୍ରବାନ କରିବାକୁ ଗୁଣାତ୍ମକ ଶିକ୍ଷାର ପ୍ରସାର, ନିଶା ନିବାରଣ, କୃଷି ଓ ବୃକ୍ଷରୋପଣ ଦ୍ୱାରା ସମସ୍ତଙ୍କୁ ସ୍ୱାବଲମ୍ବନଶୀଳ, ଗୋପାଳନ, ସମ୍ବିଧାନର ୧୧ ଗୋଟି ମୌଳିକ କର୍ତ୍ତବ୍ୟ ପାଳନ କରିବା ଭଳି ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇ ଏଗୁଡିକର ସଫଳ ରୂପାୟନ ପାଇଁ ସମସ୍ତ ସଭ୍ୟ ଆଗେଇ ଆସିବାକୁ ବୈଠକରେ ସର୍ବସମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଳକରୁ ଓଡାପଡା, ହିନ୍ଦୋଳ, କାମାକ୍ଷାନଗର, ଓ ସଦର ବ୍ଲକ ଇତ୍ୟାଦିରୁ ଶତାଧିକ ବରିଷ୍ଠ ନାଗରିକ ଯୋଗଦାନ କରି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ . ସ୍ୱତନ୍ତ୍ର ସହଯୋଗୀ ଭାବରେ ସମାଜସେବୀ ଅମ୍ବିକା ପ୍ରସାଦ ବରାଳ, ଶିକ୍ଷାବିତ୍ ଡା. ଦେବୀ ପ୍ରସାଦ ମିଶ୍ର, ଓ ସମାଜସେବୀ ଚନ୍ଦ୍ର ନାରାୟଣ ମିଶ୍ର କାର୍ଯ୍ୟକ୍ରମର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପରିଶେଷରେ ସମ୍ପାଦକ ଗୁଣଧର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି
Many Many Thanks for the breaking news about Dhenkanal District Senior Citizens Forum meeting on Dt.17.03.2019.???