

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ଗତକାଲି ଡି.ଇଆଇ.ଇଡି ପାଠ୍ୟକ୍ରମର ବାର୍ଷିକ ଶିକ୍ଷଣର(ଅଭ୍ୟାସ) ଶିକ୍ଷାଦାନ ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଦାସ ପରୀକ୍ଷକ ଭାବେ ଯୋଗଦାନ କରିଛନ୍ତି । ଏହି ପରୀକ୍ଷା ଆସନ୍ତା ୨୧ ଅକ୍ଟୋବର ୨୦୧୯ରେ ଶେଷ ହେବ । ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ ଚାଲୁରଖିଥିବାରୁ ଅନୁଷ୍ଠାନର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ମିଶ୍ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ତଥା ଅନୁଷ୍ଠାନର ସମସ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି