ଢେଙ୍କାନାଳ ଟାଉନ ଦେଉଳସାହି କୈବଲ୍ୟ ବଜାରରେ ନାମଯଜ୍ଞ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଟାଉନର ବଳରାମ ମନ୍ଦିର ସଲଗ୍ନ କୈବଲ୍ୟ ବଜାରର ଦେଉଳ ସାହି ମହାଲକ୍ଷ୍ମୀଙ୍କ ପୂଜା ମଣ୍ଡପରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗତକଲି ଠାରୁ ଆରମ୍ଭ ହୋଇଛି । ଆସନ୍ତା କାଲି ଅଷ୍ଟ ପ୍ରହର ସହ ନାମଯଜ୍ଞର ଆୟୋଜନ କରାଯାଇଛି । ଏଥିରେ ଅଷ୍ଟ ପ୍ରହର ନାମଯଜ୍ଞ କର୍ମକର୍ତ୍ତା ବୃନ୍ଦ, କୈବଲ୍ୟ ବଜାରର ଦେଉଳ ସାହିର ଭକ୍ତଙ୍କ ସହ ବଲାଙ୍ଗୀରର ସଂକୀର୍ତ୍ତନ ଗ୍ରୁପ ଅଂଶ ଗ୍ରହଣ କରିଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି