
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଟ୍ରାଫିକ ପୋଲିସ ପକ୍ଷରୁ ଏକ ସଚେତନ ରାଲି କରାଯାଇଛି । ଏହି ରାଲି ଢେଙ୍କାନାଳ ଷ୍ଟାଡିୟମ ଠାରୁ ବାହାରି ବାଜିଚୌକ ପର୍ଯ୍ୟନ୍ତ ଏକ ବିରାଟ ପଦଯାତ୍ରାରେ କରିଥିଲେ । ଏଥିରେ ରାସ୍ତାର ଉଭୟ ପାର୍ଶ୍ୱରେ ସୂଚିତ ଧଳାଗାର ଭିତରେ ନିଜର ଗାଡିକୁ ରଖନ୍ତୁ । ରାସ୍ତାକୁ ଅବରୋଧ କରନ୍ତୁ ନାହିଁ ବୋଲି ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି ରାଲିରେ ଟ୍ରାଫିକ ପୋଲିସ ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି