ଢେଙ୍କାନାଳ ଡ଼ାକକର୍ମଚାରୀମାନଙ୍କର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଶୁଭମ ପାଣି)  ଅଖିଳ ଭାରତ ଡାକକର୍ମଚାରୀ ସଂଘ ପକ୍ଷରୁ ଢେଙ୍କାନାଳ ଡାକ ମଣ୍ଡଳର ଗ୍ରୁପ ସି ପୋଷ୍ଟ ମ୍ୟାନ ଏମଟିଏସ ଓ ଗ୍ରାମୀଣ ଡ଼ାକସେବକ ମାନଙ୍କର ଏକ ଦୁଇଦିନିଆ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଟାଉନହଲରେ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ କାର୍ଯ୍ୟକାରିଣୀ ବୈଠକରେ ତୃତୀୟ ଶ୍ରେଣୀ ଡାକକର୍ମଚାରୀ ସଭାପତି ବିନୟ କୁମାର ପ୍ରଧାନ, ସମ୍ପାଦକ ସୂର୍ଯ୍ୟକାନ୍ତ ସାହୁ, ପୋଷ୍ଟ ମ୍ୟାନ ଏମଟିଏସ ସମ୍ପାଦକ ପ୍ରଭାସ ଚନ୍ଦ୍ର ସାହୁ, ଗ୍ରାମ ଡ଼ାକସେବକ ସମ୍ପାଦକ ହରିଶ ଚନ୍ଦ୍ର ସାହୁ, ସଭାପତି ପ୍ରମୋଦ କୁମାର ସାହୁ, ପୋଷ୍ଟମ୍ୟାନ ଗ୍ରୁପ ଡି ଏମଟିଏସ ସଭାପତି ନୀଳମାଧଵ ସିଂ ସମେତ ଅନୁଗୁଳ ଓ ଢେଙ୍କାନାଳର ସମସ୍ତ ଡା଼କକର୍ମଚାରୀ ଯୋଗଦେଇଥିଲେ । ଏଥିରେ ଡାକବିଭାଗର ସ୍ୱତନ୍ତ୍ର ନୂତନ ସେବାର ଆରମ୍ଭ ଦ୍ୱାରା ତାର କି କି ସୁବିଧା ଅସୁବିଧା ଅଛି ଆଲୋଚନା କରାଯାଇଥିବାବେଳେ ଡା଼କକର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା, ଦରମା ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରାଯାଇ ଏକ ବିସ୍ତୃତ ରିପୋର୍ଟ ବିଭାଗୀୟ ଉପର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ପଠାଯିବ ପାଇଁ ନିଷ୍ପତି ହୋଇଥିଲା ।       

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷା ତାଲିମ ଶିବିର 

ଢେଙ୍କାନାଳ(ଶୁଭମ ପାଣି) ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ସିଆରସିସି ଓ ଏବିଇଓ ମାନଙ୍କୁ ନେଇ ଏକ ଚାରିଦିନିଆ ପ୍ରଶିକ୍ଷଣ ଶିବିର ଗତ ୯ତାରିଖରୁ ଆରମ୍ଭ ହୋଇ ଆଜି ଶେଷ ହେଲା । ଏଥିରେ ହିନ୍ଦୋଳ, ଗନ୍ଦିଆ, କାମାକ୍ଷା ନଗର ଓ ପରଜଙ୍ଗ ବ୍ଳକର ୮୬ଜଣ ସିଆରସିସି ଓ ବାରଜଣ ଏବିଇଓ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ଅଧକ୍ଷଙ୍କ ପ୍ରତାକ୍ଷ ତତ୍ୱାବଧାନରେ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା । ଏଥିରେ ଏହି ଅନୁଷ୍ଠାନର ଶିକ୍ଷକ ପ୍ରଶିକ୍ଷକ, ପାଞ୍ଚଜଣ ସିଆରସିସି ସାଧନ କର୍ମୀ ଭାବେ କାର୍ଯ୍ୟକରିଥିଲେ ।