

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୂର୍ତ୍ତ ବିଭାଗ କର୍ମଚାରୀମାନଙ୍କ ପକ୍ଷରୁ ”ସ୍ୱଚ୍ଛତା ହିଁ ସେବା” ଅଭିଯାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ପୂର୍ତ୍ତ ବିଭାଗର ସମସ୍ତ କର୍ମଚାରୀମାନେ ଢେଙ୍କାନାଳର ସମସ୍ତ ଗଳି କନ୍ଦି ବୁଲି ବୁଲି ସମସ୍ତ ରାସ୍ତାରୁ ବର୍ଜ୍ୟ ବସ୍ତୁ ସଫା କରିଥିଲେ । ଏଥିରେ ଢେଙ୍କାନାଳ ପୂର୍ତ୍ତ ବିଭାଗର ଅଧ୍ୟକ୍ଷରେ ଯନ୍ତ୍ରୀ ପ୍ରଦୀପ କୁମାର ସାମଲ, ନିର୍ବାହୀ ଯନ୍ତ୍ରୀ ମନୋରଂଜନ ବିଶ୍ୱାଳ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜ୍ୟୋତିରଞ୍ଜନ ପତି, ନିର୍ମଳ ଚନ୍ଦ୍ର ସ୍ୱାଇଁ, ସହକାରୀ ଯନ୍ତ୍ରୀ ଶରତ ଚନ୍ଦ୍ର ମଲ୍ଲିକଙ୍କ ସମେତ ବହୁ ଯନ୍ତ୍ରୀ ଓ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଏହି ଅଭିଯାନ ଆସନ୍ତା ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କୁହାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି
