
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିବା ଜଣାପଡିଛି । ଏହି କଟକଣା ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଜିଲ୍ଲା ଓ ରାଜ୍ୟ ବାହାରୁ ସାଧୁସନ୍ଥଙ୍କୁ ମେଳାକୁ ଆସିବାକୁ ମନା କରାଯାଇଛି । ଜିଲ୍ଲାର ଯେଉଁ ସାଧୁସନ୍ଥମାନେ ମେଳାକୁ ଆସିବେ ସେମାନେ କୋଭିଡ ରିପୋର୍ଟ ଦେଖାଇ ପ୍ରବେଶ କରିବେ ବୋଲି କୁହାଯାଇଛି । ଏହାସହ କରୋନା ମହାମାରୀକୁ ଦୃଷ୍ଟିରେ ରଖି ମାସ୍କ ଓ ସାମାଜିକ ଦୂରତା ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି ।