ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ କ୍ରାନ୍ତି ରଥକୁ ସମ୍ବର୍ଦ୍ଧନା …

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଖୁଚୁରା ବ୍ୟବସାୟରେ ଵିଦଶୀ ପୁଞ୍ଜି ନିବେଶକୁ ବିରୋଧ କରି ସେପ୍ଟେମ୍ବର ୧୫ ତାରିଖରୁ ନୂଆଦିଲ୍ଲୀରୁ ବାହାରିଥିବା କ୍ରାନ୍ତି ରଥ ଭାରତ ବର୍ଷର ବିଭିନ୍ନ ପ୍ରଦେଶ ଅତିକ୍ରମ କରି ଗତକାଳି ଢେଙ୍କାନାଳରେ ପହଞ୍ଚିଥିଲା । ଶହୀଦ ବାଜିରାଉତଙ୍କ ପ୍ରତିମୂର୍ତ୍ତିରେ ଜାତୀୟ ସ୍ତରୀୟ ନେତୃବୃନ୍ଦ ମାଲ୍ୟାର୍ପଣ କରିବା ପରେ ଢେଙ୍କାନାଳ ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ପକ୍ଷରୁ କ୍ରାନ୍ତି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସଚେତନତା ରଥ ଯାତ୍ରାରେ ଓଡିଶା ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡା, ଅମରେଶ ଜି. ବାରିଆ, ସଭାପତି ସର୍ବଭାରତୀୟ ଚିନିକଳ ସଂଘ, ବୀରେନ୍ଦ୍ର ସିଂ ୱାଲିଆ, ବରିଷ୍ଠ ଉପସଭାପତି ରାୟପୁର ଚାମ୍ବର ଅଫ କମର୍ସ, ବ୍ରଜ ମୋହନ ଅଗ୍ରୱାଲ, ବରିଷ୍ଠ ଉପସଭାପତି ରାଷ୍ଟ୍ରୀୟ ବ୍ୟବସାୟୀ ମହାସଂଘ ପ୍ରମୁଖ ପୁଷ୍ପମାଲ୍ୟ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରି ଢେଙ୍କାନାଳର ପାରମ୍ପରିକ ବାଦ୍ୟନୃତ୍ୟ ମଧ୍ୟରେ ସେମାନଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । 

ରିପୋର୍ଟ : ଶୁଭମ କୁମାର ପାଣି