

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରା ଦେଶରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ନେଇ ଲକଡାଉନ ଚାଲିଥିବା ବେଳେ ଅସହାୟ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହାଫଳରେ ରାଜନୈତିକ ଦଳ ଓ ବିଭିନ୍ନ ପ୍ରକାର ସଂସ୍ଥା ପକ୍ଷରୁ ରନ୍ଧା ଖାଦ୍ୟ, ଚାଉଳ, ଡାଲି, ପନିପରିବା, ସାବୁନ, ମାକ୍ସ ବଣ୍ଟନ କରି ଲୋକମାନଙ୍କୁ ସଚେତନତା କରାଯାଉଥିବା ବେଳେ ଆଜି ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ତରଫରୁ ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ଅସହାୟ ଅବସ୍ଥାରେ ଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବା ଖବର ମିଳିଛି ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା



