ଢେଙ୍କାନାଳ ବିଜେଡିର ପ୍ରଶିକ୍ଷଣ ଶିବିରରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଢେଙ୍କାନାଳ (ଶୁଭମ ପାଣି) ଢ଼େଙ୍କାନାଳ ଜିଲ୍ଲା ବିଜେଡି ପ୍ରଶିକ୍ଷଣ ଶିବିର ସହରରେ ଥିବା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନର ମନ୍ତ୍ରୀ ପ୍ରଫୁଲ ମାଲିକଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପୁରୁଖା ନେତା ରଘୁନାଥ ମହାନ୍ତି, ନୃସିଂହ ଚରଣ ସାହୁ, ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, କୃଷ୍ଣ ଚନ୍ଦ୍ର ପାତ୍ର, ସରୋଜ ସାମଲ, ସୁଧୀର ସାମଲ, ସୁରେଶ ଚନ୍ଦ୍ର ମହାନ୍ତି, ସାରଶ୍ରୀ ପଟନାୟକ, ଗୋପାଳ ପାତ୍ର, ଜଗେନ୍ଦ୍ରନାଥ ତ୍ରିପାଠୀ ପ୍ରମୁଖ ଜିଲ୍ଲାର ବହୁମାନ୍ୟଗଣିୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ବିଜେଡିର ପାଖାପାଖି ପାଞ୍ଚହଜାର କର୍ମୀ ଏଠାରେ ଏକାଠି ହୋଇଥିଲେ ।