

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ଅଞ୍ଚଳରେ ଲକଡାଉନ ସମ୍ପୂର୍ଣ ପାଳନ କରାଯାଇଥିବା ବେଳେ ଢେଙ୍କାନାଳ ପ୍ରସିଦ୍ଧ ଶୈବପିଠ କପିଳାଶକୁ ଭକ୍ତ ମାନେ ପୂଜା କରିବାକୁ ଆସିପାରୁ ନ ଥିବାରୁ ସେଠାରେ ଥିବା ମାଙ୍କଡ଼ମାନେ ଖାଦ୍ୟ ପାଇ ପାରୁ ନାହାନ୍ତି । ସେଥିପାଇଁ ଆଜି ବିଧାୟକ ଶୈବପୀଠ କପିଳାଶକୁ ଯାଇ ସେଠାକାର ମାଙ୍କଡ଼ମାନଙ୍କୁ କଦଳୀ, ନଡ଼ିଆ, ବିସ୍କୁଟ ଆଦି ଖାଇବାକୁ ଦେଇଥିଲେ । ଆଜି ବିଧାୟକ ସୁଧୀର କୁମାର ସାମଲ ସର୍ବପ୍ରଥମେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ମହାମାରୀ କରୋନା ବିଷୟରେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ତାପରେ ଗଁନ୍ଧିଆ ବ୍ଲକ ଯାଇ ସେଠାରେ ବିଡ଼ିଓ, ଅନ୍ୟାନ୍ୟ ପଦାଧିକାରୀ ଓ ଜନପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ବିଭିନ୍ନ ସ୍ଥାନରେ ମାଙ୍କଡ଼ ମାନଙ୍କୁ ଖାଦ୍ୟ ଦେଇଥିଲେ । ବିଭିନ୍ନ ସ୍ଥାନରେ ବୁଲା ଗାଈ, କୁକୁର ଓ ମାଙ୍କଡ଼ ମାନଙ୍କୁ ଖାଦ୍ୟ ଦେଇଥିଲେ ।
ରିପୋର୍ଟ : ଶୁଭମ ପାଣି



