ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଜାତୀୟ ବ୍ରଜନଥ ବଡଜେନା ଉଚ୍ଚ ବିଦ୍ୟାଳୟରେ ୩୦ ତମ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳନ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଶ୍ରୀ ମୌସୁମୀ ସାହୁ ଏନସିସି ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଏକ ଚିତାକର୍ଷକ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି କ୍ୟାଡେଟମାନଙ୍କୁ ଦେଶ ପ୍ରେମରେ ଉଦବୁଦ୍ଧ ହେବ ପାଇଁ ଉଦବୋଧନ ପ୍ରଦାନ କରିଥିଲେ । ଏହି ପ୍ୟାରେଡ଼ରେ ବିଦ୍ୟାଳୟର ସ୍ଥଳ ବାହିନୀ ବଳକା, ସ୍ଥଳ ବାହିନୀ ବାଳିକା, ନୌବାହିନୀ, ଆକାଶ ବାହିନୀର ମୋଟ ୩୦୦ କ୍ୟାଡେଟ ଅଂଶ ଗ୍ରହଣ କରିଥିଲେ । ଏହି ଦିବସ ଉପଲକ୍ଷେ ସମସ୍ତ ବାହିନୀର କ୍ୟାଡେଟ ଏକ ସପ୍ତାହ ଧରି ବିଭିନ୍ନ ଜନସଚେତନତା ରାଲିରେ କ୍ୟାନସର ସଚେତନତା, ଆଣ୍ଟିତ୍ରମ କ୍ୟାମ୍ପେନ, କନ୍ୟା ସନ୍ତାନ ସୁରକ୍ଷା, ଜଙ୍ଗଲ ସମ୍ପଦର ସୁରକ୍ଷା ବିଜୁଳି ଶକ୍ତି ସଂରକ୍ଷଣ, ଜଳ ସମ୍ପଦର ସଂରକ୍ଷଣ, ବୃକ୍ଷରୋପଣ, ସ୍ୱଚ୍ଛ ଭାରତ ଅଭିଯାନ ଅଂଶ ଗ୍ରହଣ କରି ଜନ ସାଧାରଣାଙ୍କୁ ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଭାଷ ନନ୍ଦ, ଧ୍ୟାନଚାନ୍ଦ ମିଶ୍ର, ଅନୁପମା ପଣ୍ଡା ପରିଚାଳନା କରିଥିଲେ । ଶିକ୍ଷକ ସୁଧାଂଶୁ ଶେଖର ରାଉତ, କିଶୋର ଚନ୍ଦ୍ର ସାମଲ, ଇତିଶ କୁମାର ବରାଳ, ଦେବ ରାଜ ରାଉତ, ଅକ୍ଷୟ କୁମାର ପଣ୍ଡା, ଶିକ୍ଷୟିତ୍ରୀ ଉଷାଦେବୀ, ବିଜୟ ରଶ୍ମି ମିଶ୍ର, ଶ୍ୱେତପଦ୍ମା ମିଶ୍ର, ସ୍ୱର୍ଣ୍ଣମୟୀ ଶତପଥୀ, ସୁନିତା ଷଡ଼ଙ୍ଗୀ ଓ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ଏନସିସି କ୍ୟାଡେନମାନଙ୍କ ଦ୍ୱାରା ଏକ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ସୁରେଶ କୁମାର ପଣ୍ଡା, ଅକ୍ଷୟ କୁମାର ପଣ୍ଡା ପରିଚାଳନା କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି