
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ମିଳିତ ପୂଜା କମିଟି ପକ୍ଷରୁ ପ୍ରଥମ ବୈଠକ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଚଳିତ ବର୍ଷର ପୂଜା ପାଇଁ ସଭାପତି ଓ ସମ୍ପାଦକ ନିର୍ବାଚିତ କରାଯାଇଥିଲା । ଏଥିରେ ସଭାପତି ଭାବେ ବିଶ୍ୱନାଥ ବେହେରା ଓ ସମ୍ପାଦକ ଭାବେ ପୀତବାସ ସାହୁ ମନୋନୀତ ହୋଇଥିଲେ । ଏହି ଅବସରରେ ଚଳିତ ବର୍ଷ ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ସେପ୍ଟେମ୍ବର ୧୩ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖରେ ଭସାଣି ଉତ୍ସବ କରାଯିବ ବୋଲି ସ୍ଥିର କରାଯାଇଛି । ଏଥିସହ ପୂଜା ଓ ଭସାଣି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଶାନ୍ତି ଶୃଙ୍ଖଳାର ସହ କିପରି ସମାପନ କରାଯାଇପାରିବସେ ସମ୍ପର୍କରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ନୂତନ ସଭାପତି ବିଶ୍ୱନାଥ ବେହେରା ।
ରିପୋର୍ଟ : ଶୁଭମ କୁମାର ପାଣି