ଢେଙ୍କାନାଳ ରେଳ ଷ୍ଟେସନରେ ରକ୍ତ ଦାନ ଶିବିର ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଢେଙ୍କାନାଳ ଅନୁଗୁଳ ରେଳଯାତ୍ରୀ ସଂଘ ଆନୁକୂଲ୍ୟରେ ଢେଙ୍କାନାଳ ରେଳ ଷ୍ଟେସନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ସମସ୍ତ ରକ୍ତଦାତା ମୁଖ୍ୟତଃ ରେଳଯାତ୍ରୀ ଅଟନ୍ତି ଏବଂ ସମସ୍ତେ ସ୍ୱ ସ୍ୱ ଇଚ୍ଛାରେ ଗତ ବର୍ଷ ଠାରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଆସୁଛନ୍ତି । ରେଳ ଷ୍ଟେସନ ଉପରେ ରକ୍ତଦାନ କାର୍ଯ୍ୟକ୍ରମ ଏହା ଓଡ଼ିଶାରେ ପ୍ରଥମ ଏବଂ ଅନନ୍ୟ, ସାରା ଭାରତବର୍ଷରେ ତୃତୀୟ ବୋଲି ରେଳବାଇ ସୂତ୍ରରୁ ପ୍ରକଶ । ଏହି ଶିବିରକୁ ଢେଙ୍କାନାଳ ଜିଲ୍ଲା ରକ୍ତଦାତା ସଂଘର ସଭାପତି ବିରଞ୍ଚିନାରାୟଣ ପାଣି ଅନୁଷ୍ଠିନିକ ଭାବେ ଉଦଘାଟନ କରିଥିଲେ ଏବଂ ଢେଙ୍କାନାଳ ବ୍ଲଡ଼ ବ୍ୟାଙ୍କର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ ।ଢେଙ୍କାନାଳ ରେଳ ଯାତ୍ରୀ ସଂଘର ସଂପାଦକ ବଦ୍ରିନାରାୟଣ ମିଶ୍ର ଏବଂ ପ୍ରମୁଖ କର୍ମକର୍ତ୍ତା ପ୍ରଉଞ୍ଜନ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସମସ୍ତ ରେଳ ଯାତ୍ରୀ ରକ୍ତ ଦାତାଙ୍କ ସହିତ ଢେଙ୍କାନାଳ ରେଳ ଷ୍ଟେସନର ଷ୍ଟେସନ ମାଷ୍ଟର ନିର୍ମଳ କୁମାର ସାହୁ ମଧ୍ୟ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିର ରେଳ ଷ୍ଟେସନରେ ଅନୁଷ୍ଠିତ କରିବା ନିମନ୍ତେ ଅନୁମତି ଦେଇଥିବାରୁ ପୂର୍ବତଟ ରେଳବାଇର ପଦାଧିକାରୀମାନଙ୍କୁ ଢେଙ୍କାନାଳ ରେଳ ଯାତ୍ରୀ ସଂଘ କୃତଜ୍ଞତା ଜ୍ଞାପନ କରୁଅଛି । ଉକ୍ତ ରକ୍ତଦାନ ଶିବିର ୫୦ରୁ ଉର୍ଦ୍ଧ ରକ୍ତଦାତା ତାଙ୍କ ବହୁମୂଲ୍ୟ ରକ୍ତଦାନ କରି କାର୍ଯ୍ୟକ୍ରମ ସଫଳ କରିଥିବାରୁ ଯାତ୍ରୀ ସଂଘର ସଭାପତି ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି । ଉକ୍ତ ଶିବିରରେ ଢେଙ୍କାନାଳର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଯାତ୍ରୀ ସଂଘର ଉପଦେଷ୍ଟା ରୁଦ୍ରମାଧବ ମହାପାତ୍ର, ସମାଜସେବୀ ଆଶିଷ ମିଶ୍ର ଏବଂ ଚନ୍ଦ୍ରମଣି ବେହେରା ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ କୁମାର ପାଣି