

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଲୋକସଭା ନିର୍ବାଚନମଣ୍ଡଳୀ ଲାଗି ଭାରତୀୟ ମାନବ ଅଧିକାର ଫେଡେରାଲ ପାର୍ଟି ତରଫରୁ ରଞ୍ଜନ କୁମାର ସାହୁ ରିଟନିଂ ଅଫିସର ତଥା ଢେଙ୍କାନାଳ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ନିକଟରେ ଗତକାଲି ପ୍ରାଥିପତ୍ର ଦାଖଲ କରିଛନ୍ତି । ଭୁବନ ନିବାସୀ ରଞ୍ଜନ କୁମାର ସାହୁ ପେଶାରେ ଜଣେ ସଫ୍ଟଓୟାର ଇଂଜିନିୟର ଓ ତାଙ୍କର ଭୁବନେଶ୍ୱର ଏବଂ ଓଡିଶା ବାହାରେ ନିଜସ୍ୱ ସଫ୍ଟୱେର କମ୍ପାନୀ ଅଛି । ଢେଙ୍କାନାଳ ପାଇଁ କିଛି କରିବାର ସ୍ୱପ୍ନ ନେଇ ରାଜନୀତିରେ ପ୍ରଥମ ଥର ପାଦ ଦେଇଛନ୍ତି ବୋଲି ସେ କହିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି