ଢେଙ୍କାନାଳ ଷ୍ଟାଡିୟମରେ ରାଜ୍ୟସ୍ଥରୀୟ ମହିଳା ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ (ଶୁଭମ ପାଣି):ଢେଙ୍କାନାଳ ଷ୍ଟାଡିୟମରେ ରାଜ୍ୟସ୍ଥରୀୟ ମହିଳା ହକି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।ରାଜ୍ୟର ବିଭିନ୍ନ ଅଂଚଳରୁ ମହିଳା ହକି ଦଳ ଯୋଗଦେଇଛନ୍ତି ।ଏହି ହକି ଟୁର୍ନାମେଣ୍ଟକୁ ବରିଷ୍ଠ ଆଇନଜୀବୀ ଏ ଏସ ନାଇଡୁ ମୁଖ୍ୟଅତିଥି ଭାବେ ଯୋଗଦେଇଉଦଘାଟନ କରିଥିଲେ ।ସମ୍ମାନୀତ ଅତିଥିଭାବେ ପ୍ରତାପଚନ୍ଦ୍ର ଶତପଥୀ ଯୋଗଦେଇ ହକି ଓ ବିଭିନ୍ନ ଖେଳ ଉପରେ ସାମ୍ୟକ ସୂଚନା ଦେଇଥିଲେ ।ପ୍ରଦୀପ କୁମାର ଦାଶ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ ।ସମ୍ପାଦକ ଏନ କେ ଦାଶ ଧନ୍ୟବାଦ ଅର୍ପଣ କରିଛନ୍ତି ।ଟୁର୍ଣ୍ଣାମେଣ୍ଟ ଉଦଘାଟନବେଳେ ସମ୍ବଲପୁର ଓ ଢେଙ୍କାନାଳ ମଧ୍ୟରେ ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର କିସ ମହିଳା ହକି ଦଳ ସହିତ କଟକ ହକିଦଳ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏମ୍ପାୟାର ଭାବେ ନିରଞ୍ଜନ ଗୌଡ଼ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିବା ବେଳେ ବିଶ୍ୱରଂଜନ ଷଢଙ୍ଗୀ, ସୁଜିତ କୁମାର ମଲ୍ଲିକ, ରଞ୍ଜନ କୁମାର ଦାଶ, ପ୍ରଦୀପ କୁମାର ଶତପଥୀ ପ୍ରମୁଖ ସଂଯୋଜନା କରୁଥିଲେ ।