

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଆଜି ବ୍ୟାଙ୍କ ତଥା ଏଟିଏମ ସମ୍ମୁଖରେ କରୋନା ଭାଇରସର ମୁକାବିଲା କରିବା ପାଇଁ ସଚେତନ କରିବା ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଜି ଏମ ପ୍ରଫୁଲ୍ଲ ଜେନା (ଅନୁଗୁଳ ଆରବିଓ)ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାଖା ପରିଚାଳକ ଆଶୁତୋଷ ତ୍ରିପାଠୀ, ମନମୋହନ ନାୟକ, ଗୋପାଳ ସାହୁ, ବିଭାଗ ମହାନ୍ତି, ସୌମ୍ୟ ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରି ଲୋକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ ।
ରିପୋର୍ଟ : ଶୁଭମ ପାଣି