

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଚେତନ ନାଗରିକ ଫୋରମ ସଦର ବ୍ଲକ ଶାଖା ତରଫରୁ ଅଉଖମା ଛକ ଠାରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି l ଏଥିରେ ସଦର ଶାଖା ସଭାପତି ଅର୍ଜୁନ ସାହୁ ସଭାପତିତ୍ୱ କରିଥିଲେ l ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର କ୍ରାନ୍ତିକାରୀ ତଥା ଆନ୍ଦୋଳନକାରୀ ସହୀଦ ବାଜି ରାଉତ, ମୂଷା ମଳିକ, ମହେଶ ଚନ୍ଦ୍ର ସୁବାହୁ ସିଂ, ବ୍ରଜ ଧଳ, ବୈଷ୍ଣବ ଚରଣ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ସାରଙ୍ଗ ଧର ଦାଶଙ୍କୁ ପୁଷ୍ପ ଅର୍ପଣ କରି ତାଙ୍କର ଗୁଣ ଗାନ କରିଥିଲେ l ଫୋରମର ସଭାପତି ପ୍ରଦ୍ୟୁମ୍ନ ରଥ ଓ ସଦର ଉପସଭାପତି କୈଳାଶ ମହାପାତ୍ର ଛଦେଶ ଅଞ୍ଚଳର କ୍ରାନ୍ତିକାରୀ ବ୍ରଜ ଧଳଙ୍କ ସମସlମୟୀକ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ l ଯୁବ ସଦସ୍ୟ ଉତ୍ତମ ମହାନ୍ତି ଏବଂ ବିରଞ୍ଚି ଦଳେଇ କହିଥିଲେ ଯେ ଗାଁ ଗହଳରେ ଦୁର୍ନୀତି ବଢି ଚାଲିଛି l ଏହାକୁ ରୋକିବା ପାଇଁ କେବଳ ଆନ୍ଦୋଳନ ହିଁ ଏକ ମାତ୍ର ପନ୍ଥା l ଏହି କାର୍ଯ୍ୟକ୍ରମରେ ଫୋରମର ଉପସଭାପତି ପଙ୍କଜ ନାୟକ, ସମ୍ପାଦକ ଭରତ କୁମାର ଦାଶ, ଦଳିତ ନେତା କୈଳାଶ ନାଏକ, ଗ୍ରାମ ସଭାପତି ବିରଞ୍ଚି ନାରାୟଣ ସାହୁ, ଜଗବନ୍ଧୁ ସାହୁ, ରମେଶ ରାଜ, ତ୍ରିଲୋଚନ ମହାପାତ୍ର, ବସନ୍ତ ବେହେରା, ଲକ୍ଷ୍ମୀଧର ସାହୁ, ଶିବରାମ ଖିଲାର, ପ୍ରତାପ ବେହେରା ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ l
ରିପୋର୍ଟ : ଶୁଭମ ପାଣି


