

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ଖେଳାଇଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରୀ କରାଯାଇଛି l ଏହି କରୋନା ଭୁତାଣୁ ସଂକ୍ରମଣରୁ କିପରି ରକ୍ଷା ପାଇବା ସେହି ସମ୍ପର୍କରେ ବିଭିନ୍ନ ପନ୍ଥା ଅବଲମ୍ବ କରି ପୋଲିସ କର୍ମଚାରୀ, ବିଭିନ୍ନ ସଂଗଠନ ତରଫରୁ ଲୋକଙ୍କୁ ସଚେତନ କରାଇବା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ କରୁଥିବା ବେଳେ ଆଜି ଢେଙ୍କାନାଳ ସଚେତନ ନାଗରୀକ ଫୋରମର ସଦସ୍ୟମାନଙ୍କ ଦ୍ୱାରା ବଳଦିଆ ବନ୍ଧ ପଞ୍ଚାୟତର ପାଇକ ଦହିଖୋର ଗ୍ରାମର ହରିଜନ ସାହି ଓ ନଡ଼ିଆଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଉଆସଡିହ ଗ୍ରାମରେ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହ ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି l
ରିପୋର୍ଟ : ଶୁଭମ ପାଣି
