ଢେଙ୍କାନାଳ ସଦର ବ୍ଲକ କକୁଡିଭାଗ ଗ୍ରାମପଞ୍ଚାୟତର ବିଜୁ ଯୁବବାହିନୀ ତରଫରୁ ଦିନିକିଆ କ୍ରିକେଟ ମ୍ୟାଚ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସଦର ବ୍ଲକ କକୁଡିଭାଗ ଗ୍ରାମପଞ୍ଚାୟତର ବିଜୁ ଯୁବବାହିନୀ ତରଫରୁ ଏକଦିନିଆ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ କକୁଡିଭାଗ ଗ୍ରାମପଞ୍ଚାୟତର ସରପଞ୍ଚ ଅନ୍ତ୍ରଯ୍ୟାମୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ବାହିନୀ ସଭାପତି ଜଗନ୍ନାଥ ସାହୁ, ସମ୍ପାଦକ ପପି ଭୋଳ, ଦୀପ୍ତିରଞ୍ଜନ ସାହୁ, ମହେନ୍ଦ୍ର ପଣ୍ଡା, ସୁବାଷ ଖଟୁଆ, ବୈଦ୍ୟନାଥ ରାଉତ, ସେଷଦେଵ ସାହୁ, ଦିଲ୍ଲୀପ ପଣ୍ଡା, ସନ୍ତୋଷ ରାଉତ, ସୁଶୀଳ ଭୋଳ, ମନୋରଞ୍ଜନ ସାହୁ, ରବିନାରାୟଣ ସାହୁ, ଦୀପକ ସାମଲ, ଚିନ୍ମୟ ରାଉତ, ସୌଭାଗ୍ୟ ସାହୁ, ସପନା ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ଶୁଭମ ପାଣି