

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ସହରରେ ମୁସଲମାନ ସମ୍ପ୍ରଦାୟର ସବୁଠାରୁ ବଡ ପର୍ବ ଇଦ-ଉଲ-ଫିତର ଖୁବ ଧୁମଧାମର ସହିତ ପାଳନ କରାଯାଇଛି । ଏହି ଅବସରରେ ମିନା ବଜାର, ମୁସଲିମ ବସ୍ତି ଠାରେ ଅବସ୍ଥିତ ଜାମା ମସଜିତରେ ଇଦ ନିମନ୍ତେ ସମୁଖୀକ ନମାଜ ପାଠ କରାଯାଇଅଛି । ଜାମା ମସଜିଦର ଇମାସ ସାହାବ ଜନାବ ଅବୁଲ ହସନ ସାହାବ ଇଦ ପାଳନର ଗୁରୁତ୍ୱ ଜନସାଧାରଣଙ୍କୁ ବୁଝାଇବା ସହିତ ସାମୁହିକ ନମାଜ ପାଠ କରାଇଥିଲେ । ଇଦ ହେଉଛି ଭାଇଚାରାର ପର୍ବ । ଏହି ପର୍ବ ମାଧ୍ୟମରେ ଢେଙ୍କାନାଳ ସହରରେ ବିଭିନ୍ନ ଧର୍ମାବଲମ୍ବୀ ଲୋକମାନଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହୋଇପାରିଛି ବୋଲି ଜାମା ମସଜିଦ ପରିଚାଳନା କମିଟିର ସହ-ସମ୍ପାଦକ ନୁରୁଲ ଇସଲାମ ପ୍ରକାଶ କରିଛନ୍ତି । ଏହି ପର୍ବରେ ଘରେ ଘରେ ସିମେଇ, ଲଚ୍ଛା, ଫାଲୁଦା ଓ ଅନ୍ୟାନ୍ୟ ବହୁ ପ୍ରକାରର ମିଷ୍ଟାନ ସହ ଭୋଜିଭାତର ଆସାର ଲାଗିଥାଏ ।
ରିପୋର୍ଟ : ଶୁଭମ କୁମାର ପାଣି
