
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ୩ ଜଣ NCC କ୍ୟାଡେଟ ପ୍ରିୟଦର୍ଶନୀ ପାଣି, ବର୍ଷାରାଣୀ ସାହୁ ଓ ରିତୁ ମାହୁନ୍ତ ତାମିଲନାଡୁର ଭଟିର ନୀଳଗିରି ପାହାଡ଼ରେ ଅନୁଷ୍ଠିତ ୮ଦିନିଆ ପର୍ବତାରୋହଣ ଟ୍ରେନିଂ କ୍ୟାମ୍ପରେ ସଫଳତାର ସହିତ ଯୋଗଦାନ କରିଛନ୍ତି । ଏହି ସମୟରେ ସେମାନେ ସେଠାରେ ଥିବା Tea Garden, Tribal Meuseum, Chocolate Factory ଭ୍ରମଣ କରି ସେମାନଙ୍କର ସହଶୈଖିକ ଜ୍ଞାନ ବଢ଼ାଇଥିଲେ । ବିଦ୍ୟାଳୟର NCC ଅଫିସର ମାନସୀବାଳା ମାହୁନ୍ତ ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି