ତପ୍ତପାଣିରେ ସାନଖେମୁଣ୍ଡି ଠିକାଦାର ସଂଘ ବୈଠକ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ନିଖିଳ ଉକ୍ତଳ ଠିକାଦାର ସଂଘ ଓଡ଼ିଆ ଗଂଜାମ ଜିଲ୍ଲା ଶାଖାକୁ ଅନ୍ତର୍ଗତ ସାନଖେମୁଣ୍ଡି ଠିକାଦାର ସଂଘ ଏକ ଜରୁରୀ ବୈଠକ ଗତକାଲି ତଥା ବୁଧବାର ଦିନ ତପ୍ତପାଣି ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ସଂଘ ସଭାପତି ରୋହିତ କୁମାର ଖୁଣ୍ଟିଆଙ୍କ ପୌରହିତରେ ଅନୁଷ୍ଠିତ ଏହି ବୈଠକରେ ଦିଗପହଣ୍ଡି ସଂଘ ସଭାପତି ରଞ୍ଜନ ପାଣିଗ୍ରାହୀଙ୍କ ସହ ସଂଘ ସଦସ୍ୟ ଅଶୋକ ସ୍ୱାଇଁ ଯୋଗଦେଇ କର୍ମଜୀବୀ ଠିକାଦାର ମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ଉଭୟ ପରିସରର ଠିକା କାର୍ଯ୍ୟ ପାଇଁ ସମନ୍ଵୟ ପ୍ରକାରେ କାର୍ଯ୍ୟ କରିବାକୁ ସଦସ୍ୟଙ୍କୁ ଅନୁପ୍ରାଣିତ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଉମାକାନ୍ତ ସାହୁ, ସମ୍ପାଦକ ଜି.ଗୋପାଳ ରାଓ ଦୋରା ଏବଂ ଜିଲ୍ଲା ସଦସ୍ୟ ଗୋପାଳ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉଭୟ ବ୍ଲକ ଠିକାଦାର ସଂଘ ଜିଲ୍ଲା ସଙ୍ଗଠନକୁ ଦୃତିଭୂତ କରିବାର ଶପଥ ନେଇଥିଲେ । ସାମ୍ପ୍ରତିକ ପରିବର୍ତ୍ତିତ ଠିକାଦାରୀ ବ୍ୟବସ୍ତାରେ କର୍ମଜୀବୀ ଠିକାଦାରଙ୍କ ସ୍ୱାର୍ଥକୁ ନଜରକୁ ନେଇ ମିଳିତ ସମନ୍ଵୟରେ କାର୍ଯ୍ୟ କରାଯିବା ସହିତ ଇ. ଟେଣ୍ଡେରିଂ ପ୍ରକ୍ରିୟା ଯୋଗୁ ସରକାରଙ୍କ ଧାର୍ଯ୍ୟ ଅଟକଳକୁ ଲକ୍ଷ ରଖି ଟେଣ୍ଡର ପ୍ରକ୍ରିୟାରେ କାର୍ଯ୍ୟ କରାଯିବାକୁ ସର୍ବ ସମ୍ମତିରେ ନିଷ୍ପତି ଗୃହୀତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଅଶୋକ କୁମାର ତ୍ରିପାଠୀ, ଉପଦେଷ୍ଟା ତଥା ବିଶିଷ୍ଟ ଠିକାଦାର ମଙ୍ଗୁଳୁ ପାତ୍ର ପ୍ରମୁଖ ନିଜନିଜର ଠିକାଦାରୀ କାର୍ଯ୍ୟର ଅଭିଜ୍ଞତା ପ୍ରକାଶ କରିଥିବା ବେଳେ ସାନଖେମୁଣ୍ଡି ସମ୍ପାଦକ ଶଙ୍କର୍ଷଣ ସ୍ୱାଇଁ, ଉପସଭାପତି ଶଙ୍କର୍ଷଣ ଖୁଣ୍ଟିଆ, କୋଷଧକ୍ଷ ସନ୍ତୋଷ କୁମାର ଜେନା, ବାଳକୃଷ୍ଣ ଚୌଧୁରୀ, ମଙ୍ଗୁଳୁ ପୃଷ୍ଟି, ଭୀମସେନ ରାଉତ, ଚକ୍ରପାଣି ପଣ୍ଡା, ନିଳାଞ୍ଚଳ ସେଠି, ଗଙ୍ଗାଧର ପାତ୍ର, ସୂର୍ଯ୍ୟକାନ୍ତ ପଣ୍ଡା, ସଂଗ୍ରାମ ପଣ୍ଡା, ଭାଗିରଥି ବେହେରା, କ୍ରିଷ୍ଣା ରେଡି, ଗଣପତି ବାରିକ, ରାମସ୍ୱାମି ରେଡି, ହାଡୁ ରେଡି ପ୍ରମୁଖ ଅଞ୍ଚଳ ଠିକାଦାର ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା