

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସ୍ଥିତ ତପ୍ତପାଣି ଘାଟିରେ ଏକ ବସ୍ ଓଲଟି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସେଥିରେ ୩୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବାବେଳେ ଜଣେ ଯାତ୍ରୀଙ୍କର ମୃତ୍ୟ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଦୁଆର ଗାଁରୁ ନିର୍ବନ୍ଧ ପାଇଁ ଚାନ୍ଦିପୁଟ ଗାଁକୁ ବସ୍ ଟି ଯାଇଥିଲା । ଫେରୁଥିବା ବେଳେ ଏହି ଦୁଘର୍ଟଣା ଘଟିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଥିଲା । ଆହତମାନଙ୍କୁ ଦିଗପହଣ୍ଡି ଓ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ରଘୁଆ ଗୌଡ ଦୁଆରୀ ଗାଁର ବୋଲି ଜଣାପଡ଼ିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





