ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ପରିସରମଧ୍ୟ ଦେଇ ନିକଟ ଅଂଚଳରେ ବସବାସ କରି ରହୁଥିବା ବ୍ୟକ୍ତିମାନେ ପ୍ରତିଦିନ ଯାତାୟାତ କରି ଆସୁଛନ୍ତି । ଏପରିକି କାର୍ଯ୍ୟାଳୟ ବନ୍ଦ ଥିଲା ବେଳେ ମଧ୍ୟ ନିକଟରେ ଥିବା ଗୃହ ଗୁଡିକର ବାସିନ୍ଦାମାନେ ଯିବା ଆସିବା କରି ଆସୁଛନ୍ତି । ଫଳରେ କାର୍ଯ୍ୟାଳୟର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୂର୍ବରୁ କାର୍ଯ୍ୟାଳୟ ଚାରିପଟେ ପାଚେରୀ ନିର୍ମାଣ କରିବାକୁ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ଆସିଥିଲେ ମଧ୍ୟ ଅଦ୍ୟାବଧି ତାହା ନିର୍ମାଣ ହୋଇ ନାହିଁ । ଏପରିକି ଗୋରୁ, ଗାଈ, ଛେଳିମାନେ ପରିସର ମଧ୍ୟରେ ପ୍ରବେଶ କରି ପରିବେଶକୁ ଦୁଷିତ କରୁଛନ୍ତି । ଏବେ ଏହି ପରିସର ମଧ୍ୟରେ ରହିଥିବା ସମସ୍ତ କ୍ୱାଟର ବିପଦ ସଙ୍କୁଳ ଥିବାରୁ ସେଠାରେ କୌଣସି କର୍ମଚାରୀ ରହୁନାହାନ୍ତି । ଗତ ୪ଦିନ ତଳେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତା ଜଳେଶ୍ୱର ଆସିଥିବା ବେଳେ ତହସିଲ ପରିସର ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ଅତିଶୀଘ୍ର ପାଚେରୀ ନିର୍ମାଣ କରି ଫାଟକରେ ତାଲା ପକାଇବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା