ଛତ୍ରପୁର(ସମୃଦ୍ଧ ଓଡିଶା)”ତାମ୍ପରା” ହ୍ରଦକୁ ସଙ୍କୁଚିତ କରି ସ୍ଥାୟୀ ପ୍ରକଳ୍ପ ନିର୍ମାଣ କରିଥିବା ନେଇ ଗଞ୍ଜାମ ଜିଲ୍ଲାପ୍ରଶାସନକୁ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍ ର ଏକ ପିଟିସନ ଦାଖଲ କରିଥିବା ଜଣା ଯାଇଛି । ଛତ୍ରପୁରର ସୁଶୋଭିତ ମଧୁରଜଳ ହ୍ରଦ “ତାମ୍ପରା” ହେଉଛି, ପ୍ରାକୃତିକ ସୌନ୍ଦର୍ଯ୍ୟର ଏକ ଅନଵୈଦ୍ୟ ଅଦ୍ୱିତୀୟ ସ୍ଥାନ । ଯାହାର ସ୍ଥାନ ପରିସରରେ ରହିଛି, ପୃଥିବୀର ବିରଳ ସୌନ୍ଦର୍ଯ୍ୟର ଶାଗୁଆନି ଚାରା କିଆବୁଦା, ଝାଉଁବଣ, ନମ୍ର-ବାଲିଚର, ଘାସ ଗାଲିଚାର ସୁରମ୍ୟ ଆଦ୍ର ଭୂମି । ଭବିଷ୍ୟତରେ ଏହାକୁ ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇବା ନିମନ୍ତେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶ୍ରୀ ନେରେନ୍ଦ୍ର ମୋଦୀ ୩୩କୋଟି ଟଙ୍କାର ବ୍ୟୟ ଅଟକଳ କରାଇଥିଲେ । ହେଲେ ଏହି ଅର୍ଥକୁ ସ୍ଥାନୀୟ ପ୍ରଶାସନ ଉପଯୁକ୍ତ ବିନିଯୋଗ କରିନଥିବା ଭଳି ବିଭିନ୍ନ ମହଲରେ ଅଭିଯୋଗ ଉଠୁଥିବାବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରି ବ୍ୟବସାୟିକ ଦୃଷ୍ଟିକୋଣକୁ ତତ୍କାଳୀନ ଜିଲ୍ଲାପ୍ରଶାସନ ବିହିତ ପଦକ୍ଷେପ ନେଇ “ତାମ୍ପରା” ର ସବୁଜିମାକୁ ନଷ୍ଟ କରିଦେଇଛନ୍ତି । ଏ ଦିଗରେ କେନ୍ଦ୍ରୀୟ ପ୍ରଶାସନ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ଅଟେ ବୋଲି ବହୁ ପରିବେଶବିତ ଓ ବିଭିନ୍ନ ବିଶେଷଜ୍ଞଙ୍କ ମହଲରେ ମତ ପ୍ରକାଶ ପାଉଛି । ତାମ୍ପରା କୂଳକୁ ଲାଗି ହଟେଲ, ରେଷ୍ଟୁରାଣ୍ଟ, ରିଷୋର୍ଟ, ଗେଷ୍ଟ-ହାଉସ, ଇଣ୍ଡୋର-ଗ୍ୟାମ୍ସ ଗୃହ, ମନୋରଞ୍ଜନ ଗୃହ, ସମ୍ମିଳନୀଗୃହ ଆଦିର ନିର୍ମାଣ କରି ସୌନ୍ଦର୍ଯ୍ୟକୁ ଧ୍ୱଂସ କରିବା ଭଳି ପଦକ୍ଷେପ ନେଇଛନ୍ତି ଏବଂ ଅନେକ କାର୍ଯ୍ୟପ୍ରକଳ୍ପ ଗୁଡିକର ପ୍ରତିଷ୍ଠା କରିଛନ୍ତି । ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ବ୍ୟାପାରବ୍ୟୟ ନୀତି ନେଇ କେନ୍ଦ୍ରସରକାରଙ୍କ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି । କେତେ ଟଙ୍କା କୋଉ ବାବଦରେ ଖର୍ଚ୍ଚ ହୋଇଛି, ଆଉ କେତେଟଙ୍କା ବଳକା ରହିଛି । କଣ କଣ ହେବାକୁ ଅଛି ! ସେ ସମ୍ପର୍କରେ ବିଶେଷଜ୍ଞମାନଙ୍କ ସହ ଆଲୋଚନା,ସଭା ଆଦି କରା ନ ଯାଇ ତତ୍କାଳୀନ ଜିଲ୍ଲାପ୍ରଶାସନ ନିର୍ମାଣ କାର୍ଯ୍ୟରେ ମନମୁଖୀ ଭାବେ ପଦକ୍ଷେପ ହାତକୁ ନେଇଥିଲେ । ବ୍ୟବସାୟିକ ସ୍ୱାର୍ଥ ଦୃଷ୍ଟିରେ ହୋଇଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନକୁ ଆଖିଆଗରେ ରଖି ନିର୍ମାଣ କରାଯାଇଥିବା ପ୍ରମୁଖ ପ୍ରକଳ୍ପ ଗୁଡିକ ଉପରେ ଏବେ କେନ୍ଦ୍ର ସରକାର ନାପସନ୍ଦ କରିଛନ୍ତି । ଜଳାଶୟକୁ ସଙ୍କୁଚିତ କରି ସ୍ଥାୟୀ ନିର୍ମାଣ କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି । ଯାହାକି କୋଲକତା ସ୍ଥିତ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍ (ଏନ୍.ଟି.) ନିକଟରେ ଅଭିଯୋଗ ହୋଇଥିବା ସରକାରୀ ଭାବେ କୁହାଯାଏ । ସୂଚନାଯୋଗ୍ୟଯେ’ ହୁମୁରୀବଣ ନିକଟରେ ଥିବା ତାମ୍ପରା ହ୍ରଦକୁ ସଙ୍କୁଚିତ କରି ବିଭିନ୍ନ ନିର୍ମାଣ ପ୍ରକଳ୍ପ କରାଯାଇଛି ଏବଂ ଆହୁରି ନିର୍ମାଣ କାର୍ଯ୍ୟ ଚାଲିଥିବା ନେଇ କଟକ ସ୍ଥିତ ୱାଇଲ୍ଡ ଲାଇଫ୍ ସୋସାଇଟି ପକ୍ଷରୁ ଏନ୍ଟି ପୂର୍ବାଞ୍ଚଳ ବେଞ୍ଚରେ ପିଟିସନ ଦାଖଲ ହୋଇଥିବା କୁହାଯାଏ । ପିଟିଶନରେ ଉଲ୍ଲେଖ ଅଭିଯୋଗ ଉପରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉପାଧ୍ୟକ୍ଷ, ଓଡ଼ିଶା କର୍ତ୍ତୃପକ୍ଷ ବାୟୋଡାଇଭର୍ସିଟି ଅଧ୍ଯକ୍ଷ ଇଞ୍ଜିନିୟରିଂ ପ୍ରୋଜେକ୍ଟ ଏଜିଏମ୍, ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ଏମ୍.ଡି. ଙ୍କୁ ନୋଟିସ୍ ଜାରୀ କରିଥିଲା ଏନ୍ଜିଟି । ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲାପାଳ ଓ ସମସ୍ତ ପକ୍ଷ ସତ୍ୟପାଠ ଜରିଆରେ ଉତ୍ତର ରଖୁବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ (ଭୁବନେଶ୍ଵର)ର ବରିଷ୍ଠ ବୈଜ୍ଞାନିକ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବରିଷ୍ଠ ବୈଜ୍ଞାନିକ, ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ୱେଟ୍ ଲ୍ୟାଣ୍ଡ୍ କର୍ତ୍ତୃପକ୍ଷ ସଚିବଙ୍କୁ ନେଇ ଏକ କମିଟୀ ଗଠନ କରି ୪ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ଉକ୍ତ ନିର୍ଦ୍ଦେଶନାମାରେ କୁହାଯାଇଥିଲା । ତେବେ ଉକ୍ତ ଅବଧି ପରେ ଏନ୍.ଟି. ବୈଷୟିକ ଟିମ୍ ତାମ୍ପରା ହ୍ରଦ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ବାବଦରେ ଅନୁଧ୍ୟାନ କରିଥିବା ଜଣାଯାଇଛି । କୋଲକତା ସ୍ଥିତ ଜାତୀୟ ପରିବେଶ ଟ୍ରିବ୍ୟୁନାଲ୍ (ଏନ୍ଟି) ନିକଟରେ ଅଭିଯୋଗ ହୋଇଥିଲା । ଟ୍ରିବ୍ୟୁନାଲ୍ର ପୂର୍ବାଞ୍ଚଳ କାର୍ଯ୍ୟାଳୟରୁ ସତ୍ୟପାଠ ଜରିଆରେ ୪ ସପ୍ତାହ ମଧ୍ୟରେ ଉତ୍ତର ଦାଖଲ ପାଇଁ ଅଗଷ୍ଟ ୧୧ ତାରିଖରେ ସମ୍ପୃକ୍ତ ପକ୍ଷମାନଙ୍କୁ ନୋଟିସ୍ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏନ୍ଟି ଦ୍ଵାରା ଗଠିତ ବୈଷୟିକ କମିଟୀ ଶୁକ୍ରବାର ହୁମୁରୀ ତାମ୍ପରା ହ୍ରଦ ଅନୁଧ୍ୟାନ କରିବା ସହ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । କମିଟି ସଦସ୍ୟ ତଥା ବୈଜ୍ଞାନିକମାନେ ଏସମ୍ପର୍କରେ ପ୍ରଶାସନ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବୈଜ୍ଞାନିକ ଅଭିଜିତ ପାଠକ, ବୈଜ୍ଞାନିକ ସି.ଏମ୍. ମହନ୍ତ, କେ.ସି. ପାଲ୍ ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ ଦୀପକ ସାହୁ ତାମ୍ପରା ହ୍ରଦ ଠାରେ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ ବେଳେ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଭାରପ୍ରାପ୍ତ ତହସିଲଦାର ଶୁଭଦର୍ଶନ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧୁକାରୀ ବିନୋଦ ବେହେରା ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା