
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସ୍ଥିତ ଗାନ୍ଧି ସେବାଶ୍ରମ ପରିସରରେ ତାଲୁକସ୍ତରୀୟ ଆଇନ୍ ସେବା କମିଟି ପକ୍ଷରୁ ଆଜି ଶିଶୁ ଦିବସ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ କମିଟିର ଅଧ୍ୟକ୍ଷା ତଥା ସବ୍ଜଜ୍ ଇନ୍ଦିରା ପ୍ରିୟଦର୍ଶନୀ, ଜେଏମ୍ଏଫସି ନିତିଶା ଚଣ୍ଡକ, ସିଭିଲ ଜଜ୍ (ଜୁନିୟର ଡିଭିଜନ୍) ମାମି ବେହେରା, ଓକିଲ ସଂଘ ସଭାପତି କୁଞ୍ଜବିହାରୀ ଦାସ, ଗାନ୍ଧି ସେବାଶ୍ରମର ସଭାପତି ସୀତାଂଶୁ ସେନାପତି ପ୍ରମୁଖ ଯୋଗ ଦେଇ ଶିଶୁ ଦିବସ ପାଳନ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଆଇନଜୀବୀ ସୁନିଲ କୁମାର ଜେନା ଅତିଥିମାନଙ୍କର ପରିଚୟ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଗାନ୍ଧି ସେବାଶ୍ରମର ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ଭୋଜନ ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା