ଆବଶ୍ୟକ ସାମଗ୍ରୀ : ପନିର, କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା, ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଟମାଟୋ ସସ୍, ଚିଲି ସସ୍, ଖାଇବା କଲର୍, ଗରମ ମସଲା ଗୁଣ୍ଡ ଓ ତେଲ l
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପନିରକୁ ଛୋଟ ଛୋଟ ପିସ୍ କରି କାଟି ଦିଅନ୍ତୁ । ଏହାପରେ ପନିରକୁ ତେଲ ଗରମ କରି ଲାଲ୍ ହେବା ଯାଏ ଭାଜି ଏକ ପାତ୍ରରେ କାଢ଼ି ରଖନ୍ତୁ । ଏବେ କଡ଼େଇରେ ତେଲ ଗରମ କରି ସେଥିରେ କଟା ପିଆଜ, କଟା ରସୁଣ, କଟା ଅଦା, କଟା କଞ୍ଚାଲଙ୍କା ପକାଇ ହାଲକା ଭାଜନ୍ତୁ । ଏଥିରେ ପିଆଜ-ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଅଳ୍ପ ଟମାଟୋ ସସ୍ ଓ ଅଳ୍ପ ଚିଲି ସସ୍ ପକାଇ ଭଲ ଭାବେ କଷି ଦିଅନ୍ତୁ । ଖାଇବା କଲର୍ ପକାନ୍ତୁ । ମସଲା କଷି ହୋଇଗଲେ ଗରମ ମସଲା ଗୁଣ୍ଡ ପକାଇ ଭଜା ପନିରକୁ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ମସଲା ଟିକେ ଶୁଖିଲା ହୋଇଗଲେ ଚୁଲି ବନ୍ଦ କରି ଏହାକୁ ଏକ ପ୍ଲେଟ୍କୁ କାଢ଼ି ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ପନିର ଚଟପଟି’ l