ତିତଲି ବାତ୍ୟାର ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ଦାବି…

ଢେଙ୍କାନାଳ(ଶୁଭମ ପାଣି)- ଢେଙ୍କାନାଳ ଜିଲ୍ଲାର ମତ୍ସ୍ୟଜୀବୀ ସମବାୟ ସମିତି ମାନଙ୍କ ପକ୍ଷରୁ ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତି ଭରଣ କରିବାକୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ନିକଟରେ  ପ୍ରଦାନକରିଛନ୍ତି । ଏହି ମତ୍ସ୍ୟଜୀବୀମାନେ ରମିଆଳ, ତାମସାଳ ଓ ବ୍ରାହ୍ମଣୀ ନଦୀରେ ମାଛ ଚାଷକରି ଜୀବନ ନିର୍ବାହ କରିଆସୁଥିଲେ । ଗତ ପ୍ରବଳ ବର୍ଷା ବନ୍ୟା ଯୋଗୁଁ ଭୁବନ, ଗନ୍ଦିଆ, କାମାକ୍ଷା ନଗର, ଓଡପଡା, ପରିଜଙ୍ଗ ଆଦି ବ୍ଲକରେ ମତ୍ସ୍ୟ ସମବାୟ ସମିତି ଗୁଡିକର ବ୍ୟାପକ କ୍ଷୟକ୍ଷତି । ଜାଲ ଗୁଡିକ ଭାସି ଯାଇଛି, ଡଙ୍ଗା ଗୁଡିକ ନଷ୍ଠ ହୋଇଯାଇଛି, କେତେକ ଡଙ୍ଗା ନିଖୋଜ ହୋଇଯାଇଛି ଫଳରେ ଅଧିକାଂଶ ମତ୍ସ୍ୟଜୀବୀ ସପ୍ତାହେ ହେଲା ପଥହରା ହୋଇ ନିଃସହାୟରେ ଜୀବନ ଯାପନ କରୁଛନ୍ତି । ସେମାନଙ୍କୁ ସମବାୟ ସମିତି ପକ୍ଷରୁ ଡଙ୍ଗା, ଜାଲ, ଜାଲ ତିଆରି ସରଞ୍ଜାମ ଆଦି ଯୋଗାଇ ଦିଆଯାଇଥାଏ । ହେଲେ ପ୍ରବଳ ବନ୍ୟା ଯୋଗୁଁ ସବୁ ସମବାୟ ସମିତି ଏସବୁକୁ ହରାଇ ବସିଛି । ଭୁବନର ସର୍ବ ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସମ୍ପାଦକ ସୁଧାଂଶୁଶେଖର ମଲ୍ଲିକ, ଗନ୍ଦିଆ ମତ୍ସ୍ୟ ସମବାୟ ସମିତିର ସମ୍ପାଦକ ଶ୍ରୀବତ୍ସ ମଲ୍ଲିକ, ଜ୍ୟୋତି ସମବାୟ ସମିତିର ସମ୍ପାଦକ ପାଣ୍ଡଵ ମଲ୍ଲିକ, ସଭାପତି ସୁରେନ୍ଦ୍ର ଦେହୁରା, ସର୍ବ ମଙ୍ଗଳା ମତ୍ସ୍ୟ ସମବାୟ ସମିତିର ସଭାପତି ଦୀନବନ୍ଧୁ ବେହେରା, ମା’ ବିମଳା ସମବାୟ ସମିତିର ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ଗନ୍ଦିଆ ସମବାୟ ସମିତିର ସଭାପତି ଭାଗ୍ୟଧର ଦଳେଇ, ନରତମ ଦଳେଇ ପ୍ରମୁଖ ସମବାୟ ସମିତିର ସମ୍ପାଦକ ମାନେ ଏକ ଲିଖିତ ଦାବିପତ୍ର ସରକାରଙ୍କ ଉଦେଶ୍ୟରେ ତୁରନ୍ତ କ୍ଷତି ଭରଣ କରିବା ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।        

2 thoughts on “ତିତଲି ବାତ୍ୟାର ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବାକୁ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିକଟରେ ଦାବି…

  1. Excellent,If we all together work for the well fair of our country ‘wou of develop very soon.

    1. ପଜିଟିଭ ଚିନ୍ତାଧାରା ପାଇଁ ଧନ୍ୟବାଦ
      Thank you for your positive thoughts

Comments are closed.