ତିତ୍‌ଲି ବାତ୍ୟା, ବନ୍ୟାରେ ଅଣଜଳସେଚିତ ଓ ଜଳସେଚିତ ଜମିକୁ ଏକ ପ୍ରକାରକ୍ଷତିପୂରଣ ଦିଆଯାଉ : ୫ ଚାଷୀ ସଂଗଠନର ମିଳିତ ବୈଠକରେ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ତିତଲି ବାତ୍ୟା, ବନ୍ୟାରେ ଅଣଜଳସେଚିତ ଓ ଜଳସେଚିତ ଜମିକୁ ଏକ ପ୍ରକାର କ୍ଷତିପୂରଣ ଦେବା ସହ ଚାଷୀଙ୍କପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ପାଇଁ ୫ଟି ଚାଷୀ ସଂଗଠନର ମିଳିତ ବୈଠକରେ ଦାବି କରାଯାଇଛି । ସ୍ଥାନୀୟ ନବୀନ ଭବନଠାରେ ଋଷିକୁଲ୍ୟା ରୟତ ମହାସଭାର ସଭାପତି ତି୍ରନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି ।ନିକଟରେ ହୋଇଥିବା ସାମୁଦି୍ରକ ଝଡ଼ ତିତଲି ପ୍ରଭାବରେ ଗଞ୍ଜାମ ଜିଲାରେ ବାତ୍ୟା ଓ ବନ୍ୟା ଯୋଗୁଁ ଜିଲାରେ ଚାଷ ବ୍ୟବସ୍ଥାସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇଯାଇଛି । ରିପୋର୍ଟ ଅନୁଯାୟୀ ଜିଲାରେ ୧ ଲକ୍ଷ ହେକଫର ଜମିର ୨୦୦ କୋଟି ଟଙ୍କାର ଧାନ ଫସଲଏବଂ ୧୦୦ କୋଟିର ପନିପରିବା ଫସଲ ମଧ୍ୟ କ୍ଷୟକ୍ଷତି ହୋଇଛି । ଏହାବ୍ୟତୀତ ରବି ଫସଲ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା, ନଷ୍ଟହୋଇଥିବା ଉଠା ଜଳସେଚନ ପଏଣ୍ଟ, ଜଳଭଣ୍ଡାର ଗୁଡ଼ିକ ମରାମତି, କ୍ଷୁଦ୍ର ଜଳସେଚନ ଯୋଜନା ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତପୁନରୁଦ୍ଧାର କରିବା ପାଇଁ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି । ରାଜ୍ୟ ସରକାର ହେକଫର ପିଛା ଅଣ ଜଳସେଚିତ ଜମି ପାଇଁ୬୮୦୦ ଓ ଜଳସେଚିତ ଜମି ପାଇଁ ୧୩୫୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଥିଲେ ମଧ୍ୟ ଅଣଜଳସେଚିତ ଜମି ଗୁଡ଼ିକ ପାଇଁଚାଷୀମାନେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ତେଣୁ ଏକ ପ୍ରକାର କ୍ଷତିପୂରଣ ଦେବା ପାଇଁ ଦାବି କରିବା ସହ ଜିଲାରେ ୪୦ ପ୍ରତିଶତ ଲୋକଙ୍କ ଜମି ଥିବାବେଳେ ୬୦ ପ୍ରତିଶତ ଭାଗ ଚାଷୀ ଭାବେ ଜମିରେ କାମ କରନ୍ତି । ତେଣୁ ଭାଗ ଚାଷୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କ୍ଷତିପୂରଣ ଦିଆଯିବାକୁ ବ୍ୟବସ୍ଥା କରାଯାଉ । ଏଠାରେ ଉଲ୍ଲେଖ କରାଯାଇପାରେ ଏମାନେ ମଧ୍ୟ ଫସଲ ବୀମା ମଧ୍ୟ ପାଇବେ ନାହିଁ । ରାଜ୍ୟ ସରକାରଚାଷୀଙ୍କ ବିକାଶ ପାଇଁ ଡିଣ୍ଡିମ ପିଟୁଥିଲେ ମଧ୍ୟ ଭାଗଚାଷ ଆଇନ ବିଲ ବିଧାନସଭାରେ ପଡ଼ି ରହିଛି । କ୍ଷତିପୂରଣ ପରିମାଣ ହେକଫର ପିିଛାସର୍ବନିମ୍ନ ୨୫ ହଜାର ଟଙ୍କା ଦେବା, ସାର, ବିହନ ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଥିଲା ।ଏହି ବୈଠକରେ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ତାଙ୍କ ଭାଷଣରେ ୧୯୯୦ ମସିହାରୁ ଅଦ୍ୟାବଧି ଗଞ୍ଜାମରଚାଷୀମାନେ ପ୍ରାୟ ୨୫ ଥର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଆସିଛନ୍ତି । ବହୁ ଚାଷୀ ଇତିମଧ୍ୟରେ ଋଣ ପରିଶୋଧ କରିନପାରିଆତ୍ମହତ୍ୟା କରିଛନ୍ତି । ଅପରପକ୍ଷରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇ ଗଞ୍ଜାମ ଜିଲାର ଚାଷୀମାନେ ଶ୍ରୀହୀନ ହୋଇପଡ଼ିଛନ୍ତି । ତେଣୁକୃଷିଋଣ ସମ୍ପୂର୍ଣ୍ଣ ଛାଡ଼ ପାଇଁ ଆବାହକ ଶ୍ରୀ ରଥ ଦାବି କରିଥିଲେ । ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ରବିପଢ଼ିହାରୀ, ଚାଷୀ ସଂଗ୍ରାମ ମଞ୍ଚର ନେତା ଜୋହନ ସ୍ୱାଇଁ, ବିଜୟ ସ୍ୱାଇଁ, ପୁରୁଷୋତ୍ତମପୁରର ଚାଷୀ ନେତା ଦେବରାଜ ମଣ୍ଡଳ, ଶ୍ରୀବଳଦେବ ସ୍ୱାମୀ କୃଷକ ସଂଘ ବୁଗୁଡ଼ାର ରଘୁନାଥ ସାହୁ, ଲଙ୍ଗଳେଶ୍ୱର କୃଷକ ସଂଘର ସଭାପତି ବୃନ୍ଦାବନ ବେହେରା, ବୁଦ୍ଧେଶ୍ୱର କୃଷକସେବା ସଂଘ ସାନଖେମୁଣ୍ଡିର ରାମଚନ୍ଦ୍ର ଦଳାଇ, ଘୁମୁସର କୃଷକ ମହାସଂଘ ଭଞ୍ଜନଗରର ଗୋପାଳ କୃଷ୍ଣ ବିଷୋୟୀ ପ୍ରମୁଖ ଯୋଗଦେଇଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନନେଲେ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ବାଧ୍ୟହେବେ ବୋଲି ଚାଷୀ ନେତାମାନେ କହିଥିଲେ ।

ରିପୋର୍ଟ : ରବି ରଥ, ନିମାଇଁ ଚରଣ ପଣ୍ଡା