ଛତ୍ରପୁର (ସମୃଦ୍ଧ ଓଡିଶା) ତୁଡୁକପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ମଳଛିଟା ପଡ଼ିବା ଭଳି ଏକ ଅଦ୍ଭାବନୀୟ ଭୌତିକ ଘଟଣା ଖୁବ ଆଲୋଡନ କରିଛି ! ଘଟଣାର ଆଠଦିନ ବିତିଗଲା, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗଙ୍କ ପଦକ୍ଷେପରେ ତତ୍ପରତା ଦେଖାଯାଉନାହିଁ । ଘଟଣା ପଛରେ କଣ ରହିଛି, ରହସ୍ୟ ଉଦ୍ଧାର ହୋଇପାରୁନି, ଗଣମାଧ୍ୟମ ଆଗରେ ପ୍ରଶାସନ ପକ୍ଷରୁ ତଦନ୍ତ ଅଧିକାରୀ ତଦନ୍ତ ବ୍ୟାଖ୍ୟା ସଠିକ ଖୋଲି କହିପାରୁନି, ତଦନ୍ତକାରୀ ଅଧିକାରୀ ଆଗରେ ଗୁଣିଆ ତାନ୍ତ୍ରିକ କଥାର ତଥ୍ୟ ଉଠୁଛି, ଏକକଥା କହିଲେ ପ୍ରଶାସନ ଭ୍ରୁକ୍ଷେପ କରୁଛି, ଆଉ କହିବାକୁ ପ୍ରଶାସନକୁ ଲଜ୍ୟା ଲାଗୁଛି । ଏକଥା ଉଠାଇଲେ ପ୍ରଶାସନ ଚିଡୁଛି । କିନ୍ତୁ ସ୍ଥାୟୀ ପ୍ରତିକାର ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଏ ଯାବତ ନେଇ ନାହାଁନ୍ତି । କେବଳ ବିଇଓ ସାର କହୁଛନ୍ତି, ପାଖନିକଟ ଏକ ଅଙ୍ଗନାବାଡ଼ି ସେଣ୍ଟରକୁ ସ୍ଥାନାନ୍ତର କରିବା କଥା ଉପରେ ବିଚାରକୁ ନେଇଛନ୍ତି । ଯାହାକି ଗଞ୍ଜାମ ଜିଲ୍ଲାପ୍ରଶାସନ ସମ୍ପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଛିନ୍ତି ବୋଲି ଜାଣିବାକୁ ମିଳେ । ଏ ଦିଗରେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଆଜି ସୁଦ୍ଧା ଘଟଣା ସ୍ଥଳରେ ନ ପହଞ୍ଚିବା ଏବଂ ଘଟଣାର ତଦନ୍ତ ସ୍ଥଳ ପରିଦର୍ଶନ ନ କରିବା ଏକ ବିଡ଼ମ୍ବନାର ବିଷୟ ହୋଇଛି ।ଯେଉଁ ସ୍କୁଲଘର ତଳୁ ଭିତରକୁ ହେଉଛି ମଳ ବର୍ଷା ହେଉଛି, ତାହା ଗୁଣିଆ ସନ୍ଦେହ ନେଇ ଚର୍ଚ୍ଚା ଜୋର ଲାଗିଛି । ତାନ୍ତ୍ରିକ ମତରେ ଏହାକୁ ମଳ-ପେଷଣ ବୋଲି ଜନମତ କହେ ! ସୂଚନାଯୋଗ୍ୟ ଯେ’ ସ୍କୁଲକୋଠା ଛାତ ତଳୁ ଭିତରକୁ ହେଉଛି ମଳ ବର୍ଷା । କୋଠା ଉପରେ ସେମିତି କୌଣସି ଘରେ ବି ନାହିଁ, କି ପାଇଖାନାଘର ନାହିଁ । କେବଳ ଘର ଭିତରେ କୌଣସି ଜୀବର ମଳ ତ୍ୟାଗ ର ଛିଟା ପଡୁଛି । ସାଧାରଣ ମଳ ଛିଟା ପିଲାଙ୍କଦେହରେ ପଡୁଛି, ପିଲାଙ୍କ ଜାମା ଅବା ପିନ୍ଧିଥିବା ସ୍କୁଲ ୟୁନିଫର୍ମ ପୋଷାକ,ବହିପତ୍ର ମାନଙ୍କରେ ପଡ଼ି ଅପରିଷ୍କାରର ପ୍ରଦୂଷଣ କରୁଛି । ଏହା କେମିତି ସମ୍ଭବ ! କାନରେ ଶୁଣିଲେ ଆଉ ଆଖିରେ ଦେଖିଲେ ବି ବାସ୍ତବିକ ସତ୍ୟ ପ୍ରମାଣ ମିଳିଛି । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ଠାରୁ ମାତ୍ର ୧୩ କିମି ଦୂର, ଛତ୍ରପୁର ବ୍ଳକ୍ ବିପୁଲିଙ୍ଗୀ ପଞ୍ଚାୟତର ତୁଡୁକପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଏହି ଅଦ୍ଭାବନୀୟ ଭୌତିକ ଘଟଣା । ଯାହା ଗତ ୯ ତାରିଖ ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇ ଅଦ୍ୟାବଧି ଏହା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉକ୍ତଦିନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତହିଁଆର ଦିନ ଅର୍ଥାତ ଗତ ଶନିବାର ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ପାଇଁ ଛତ୍ରପୁର ବିଇଓ ସୀତାରାମ ପାତ୍ର, ଓ ଛତ୍ରପୁର ଆର୍ବନ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପହଞ୍ଚିଥିଲେ । ଘଟଣା ସମ୍ପର୍କରେ କୌଣସି ସତ୍ୟାସତ୍ୟକୁ ଆଲୋକପାତ କରିନାହାନ୍ତି କି ଗଣମାଧ୍ୟମ ଆଗରେ କୌଣସି ଦୃଷ୍ଟାନ୍ତ ଦେଇନାହାନ୍ତି । ଘଟଣା ସମ୍ପର୍କରେ ଜିଲ୍ଲାପ୍ରଶାସନ କିମ୍ବା ଶିକ୍ଷାବିଭାଗ ଏହାକୁ କୌଣସି ଗୁରୁତ୍ୱ ଦେଇନାହାନ୍ତି, ତେଣୁ ଗ୍ରାମଲୋକେ ତଥା ସ୍କୁଲ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଇତି ମଧ୍ୟରେ ପିଲାଙ୍କ ପାଠପଢ଼ାରେ ବ୍ୟାହତ ଘଟିଛି, ପିଲାଙ୍କର ପୋଷାକପତ୍ର, ବହିପତ୍ର, ପ୍ରତିଦିନ ଗନ୍ଧିଆ ଅସନା ହେଉଛି, ନିୟମିତ ପରିବେଶ କଳୁଷିତ କରୁଛି । କୌଣସି କୀଟପତଙ୍ଗ ଠାରୁ ଏହି ମଳ ବିସ୍ଥାରୀତ ହେଉଥିବ ପ୍ରାଥମିକ ସର୍ଭେ କରି ଥାନା ଅଧିକାରୀ କହୁଥିବା ବେଳେ ଏହି ମଳ ଛିଟିକା ପଡ଼ୁଥିବା ବେଳେ କୋଉଠୁ ଆସୁଛି କିଛି ସ୍ୱଷ୍ଟ ହେଉନି, ଗୁରୁବାର ପୁଣି ଗୁଜବ ଅଧିକ ଘନୀଭୂତ ହେବା ପରେ ପୁଣି ବିଇଓ ଏବଂ ଥାନା ଅଧିକାରୀ ପହଞ୍ଚିଥିଲେ, ଘଟଣାର ଅନୁସନ୍ଧାନ କରିବା ବେଳେ ସେହି ଅନୁରୂପ ମଳ-ଛିଟା ପିଲାଙ୍କ ଉପରେ ପଡ଼ି କଳୁଷିତ କରିଥିଲା । ସମସ୍ତଙ୍କୁ ଚକିତ କରି ଦେଇଥିଲା । ଏନେଇ ଅସ୍ଥାୟୀଭାବେ ଅନ୍ୟ ଏକ କୋଠଘର କିମ୍ବା ଅଙ୍ଗନାବାଡ଼ି କେନ୍ଦ୍ରରେ ଶିକ୍ଷାଦାନ ନିମନ୍ତେ ସ୍ଥାନାନ୍ତର ପାଇଁ ବ୍ଳକ୍ ଶିକ୍ଷାଧିକାରୀ ଚିନ୍ତାପ୍ରକଟ କରିଛନ୍ତି । କିନ୍ତୁ ମଳଛିଟାରୁ କିଛି ଅଂଶ ନେଇ ଲେବ୍ ରେ ଟେଷ୍ଟ କରି ଅଣାଯିବା କଥା ମଧ୍ୟ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେଇନାହାନ୍ତି । ଏହା କେହି ଜଣେ ତାନ୍ତ୍ରିକ ପଦ୍ଧତି ପ୍ରୟୋଗର ଏହା ଭୌତିକକାଣ୍ଡ ବୋଲି ଗାଁ ଲୋକଙ୍କ ଠାରୁ ଗୁଜବ ଅଧିକ ଘନୀଭୂତ ହୋଇଛି । ଏହା ମଳ-ପେଷଣ ବୋଲି ତାନ୍ତ୍ରିକ ମତ ଜନମତ ପ୍ରକାଶ କରେ, ଏଭଳି ଭୌତିକ ପଦ୍ଧତିର ପ୍ରୟୋଗ ବୋଲି ଆମ ସାମ୍ବାଦିକ ତଥ୍ୟ ଉଦ୍ଧାର କରିଛନ୍ତି । ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ଏ ଯାବତ ଘଟଣାସ୍ଥଳ ପରିଦର୍ଶନ କରିନାହାନ୍ତି । ଗାଁଲୋକେ ଭୟଭୀତ ହୋଇଉଠିଛନ୍ତି । ଘଟଣା ସମ୍ପର୍କରେ ଧ୍ୟାନଦେଇ ଜିଲ୍ଲାପ୍ରଶାସନ ଏହାର ପ୍ରତିକାର ବିଧାନ କରିବା ଜରୁରୀ ହୋଇଛି । ସ୍କୁଲ ପରିସରରେ ରେମ୍ଫ ନାହିଁ, ହତା ନାହିଁ, ବିଶୁଦ୍ଧ ପାନୀୟ ଜଳର ଵ୍ୟଵସ୍ଥାପନା ନାହିଁ, ପିଲାମାନେ ତଳେ ବସୁଛନ୍ତି । ଚତୁଃପାଶ୍ୱର୍ରେ ସୌନ୍ଦର୍ଯ୍ୟ କରଣ ବ୍ୟବସ୍ଥା ହୋଇନାହିଁ । ପରିବେଶ ସଫାସୁତରା ନାହିଁ । ଯାହା ମୋ-ସ୍କୁଲ ଏବଂ ୫-ଟି ଯୋଜନା, କ୍ବାଲିଟି ଏଜୁକେଶନ ଆଦି କୌଣସି ମାତ୍ରାରେ ବ୍ୟବସ୍ଥା ନ ଥାଇ ୪୦ଜଣ ପିଲାଙ୍କୁ ନେଇ ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ମାତ୍ର ପ୍ରଧାନଶିକ୍ଷକ ଓ ଅନ୍ୟଜଣେ ସହକାରୀ ଶିକ୍ଷୟିତ୍ରୀରେ ଶିକ୍ଷାଦାନ କାର୍ଯ୍ୟ ଚାଲୁଛି । ତେବେ ଗଞ୍ଜାମଜିଲ୍ଲାରେ ଏଭଳି ଅନେକ ସ୍ଥାନର ଶିକ୍ଷାବ୍ୟବସ୍ଥାରେ ଦୀପ ତଳ ଅନ୍ଧାର ହୋଇ ରହିଥିବା ଏକ ଦୁଃଖ ଓ ପରିତାପ ବିଷୟ ହୋଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା