ହାଇଦରାବାଦ(ସମୃଦ୍ଧ ଓଡିଶା)ଦାଦନ ଖଟିବାକୁ ଆସି ତେଲେଙ୍ଗାନାର ହାଇଦରାବାଦରେ ଶ୍ରମିକରୂପେ ତଥା ଇଟା ଭାଟିରେ କାମ କରି ପେଟ ପୋଷୁଥିବା କିଛି ଓଡ଼ିଆ ଯୁବତୀ ନିର୍ଯାତିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଫସିଥିବା ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। କୋରାପୁଟର ଲକ୍ଷ୍ମୀପୁର ପୁଲିସ୍ ଓ ଶ୍ରମ ଅଧିକାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି।ଉଦ୍ଧାର ଯୁବତୀମାନେ ହେଲେ କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତର ପିକ୍ସାଡାଙ୍ଗ ଓ ଚୁଚୁକଣା ଗାଁର।ତିନି ମାସ ତଳେ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ବାରଲୁକନା ଗାଁର ଦୁଇ ଜଣ ଦଲାଲ ଅଧିକ ପାରିଶ୍ରମିକର ଲୋଭ ଦେଖାଇ ତେଲେଙ୍ଗାନାକୁ ନେଇ ଆସି ଥିଲେ। ହେଲେ ତିନି ମାସ ପରେ ଗାଁ ଲୋକେ ସେମାନଙ୍କୁ ଭେଟିବାକୁ ଆସି ଥିବା ବେଳେ ଭାଟି ମାଲିକ ଦଲାଲ ଆସିଲେ ଯାଇ ସମସ୍ତଙ୍କୁ ଛଡ଼ାଯିବ ବୋଲି କହିଥିଲେ । ଫଳରେ ନିରାଶ ହୋଇ ସେମାନେ ଗାଁକୁ ଫେରି ଆସିବା ପରେ ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏହାପରେ ଲକ୍ଷ୍ମୀପୁର ପୋଲିସ୍ର ଏକ ଟିମ୍ ଓ ଶ୍ରମ ଅଧିକାରୀ ତେଲେଙ୍ଗାନାକୁ ଆସି ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି।
ରିପୋର୍ଟ : ପି ପ୍ରତାପ କୁମାର