

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ସାରା ଦେଶରେ ବୋଇତ ବନ୍ଧାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଛତ୍ରପୁରର ତୈଳିକ ବୈଶ୍ୟ ସମାଜ ତରଫରୁ ଏକ ନିଆରା ଢଙ୍ଗରେ ବୋଇତ ବନ୍ଧାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ୬ ସମୟରେ ଛତ୍ରପୁର ଚଣ୍ଡୀ ମନ୍ଦିର ଛକ ଠାରୁ ତୈଳିକ ବୈଶ୍ୟ ସମାଜ ତରଫରୁ ବୋଇତକୁ ନେଇ ସହର ପରିକ୍ରମା କରାଯାଇଥିଲା । ଏହାପରେ ପୋଲିସି ଲାଇନ୍ ବନ୍ଧକୁ ବୋଇତକୁ ନେଇ ସମସ୍ତେ ମିଳିତ ହୋଇ ପୂଜା ଅର୍ଚ୍ଚନା କରିଥିଲେ ଏବଂ ”ଆ କା ମା ବୈ ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର” ବୋଲି ଗୀତ ଗାନ କରି ବୋଇତକୁ ଭସାଇ ଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉପସ୍ଥିତ ହୋଇ ତୈଳିକ ବୈଶ୍ୟ ସମାଜର ପରିଚାଳନା କମିଟିକୁ ପ୍ରସଂଶା କରିଥିଲେ । ଏଥିରେ ତୈଳିକ ବୈଶ୍ୟ ସମାଜ କମିଟିର ସଭାପତି ରମେଶ ସାହୁ, ଉପସଭାପତି ଅଶୋକ ସାହୁ, ସମ୍ପାଦକ ସୁଧିର ସାହୁ, ସଦା ସାହୁ, ମାଧବ ସାହୁ, ବାସୁଦେବ ସାହୁ, ବାବୁଲା ସାହୁଙ୍କ ସମେତ ସମସ୍ତ ତୈଳିକ ବୈଶ୍ୟ ସମାଜର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




