

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ନାଭାଲ୍ ଏନସିସି ତରଫରୁ ଭାରତୀୟ ନୌସେନା ଦିବସ ପାଳନ କରାଯାଇଛି । ଏହି ଅବସରରେ ନାଭାଲ୍ ଏନ୍ ସିସି କ୍ୟାଡେଟ୍ ମାନେ କୋଭିଡ-୧୯ ନିୟମ ମାନି ଭାରତୀୟ ନୌସେନା ଦିବସ ବିଷୟରେ ବକୃତା ସଭା ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସର ଗୁରୁତ୍ୱ ବିଷୟରେ ଅଭିଭାଷଣ ରଖିଥିଲେ । ମହାବିଦ୍ୟାଳୟର ନାଭାଲ୍ ଏନ୍ ସି ସି ଦାୟିତ୍ୱରେ ଥିବା ସିଟିଓ ମନୋରଞ୍ଜନ ମହାରଣା ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହ ନାଭାଲ୍ କ୍ୟାଡେଟ୍ ମାନଙ୍କର ଏକ ସ୍ୱଚ୍ଛତା ସମାବେଶରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ କ୍ୟାଡେଟ୍ ମାନେ ଛତ୍ରପୁର ଏନଏସିରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ପାର୍କ ଗୁଡ଼ିକୁ ସଫା କରିଥିଲେ । ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ଏନସିସି ନିର୍ଦ୍ଦେଶାଳୟର ନିର୍ଦ୍ଦେଶାନୁସାରେ ସ୍ୱଚ୍ଛତା ପକ୍ଷ ପାଳନ ପୂର୍ବକ ବିଭିନ୍ନ ସଫେଇ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

