

ଭୁବନେଶ୍ୱର ( ଆକାଶ ମିଶ୍ର )- ତ୍ରିପୁରା ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଘଟଣା କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନିନ୍ଦା କରିବା ସହ ତ୍ରିପୁରା ରାଜ୍ୟ ସମ୍ପାଦିକା ସୁଶ୍ରୀ ଲିପିକା ରାଏ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ଭେଟି ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାବି କରିଛି । ଏ ସମ୍ପର୍କରେ ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ଯେ , ଏବିଭିପି ଆରମ୍ଭରୁ “ଅଗରତାଲା ହେଉ ବା ଭୁବନେଶ୍ୱର, ଆମରି ଦେଶ ଆମରି ଘର” ନାରା ଦେଇ ଆସିଛି ଏବଂ ଏକ ଅଖିଳ ଭାରତୀୟ ସଙ୍ଗଠନ ହିସାବରେ ଆମେ ତ୍ରିପୁରା ରେ ମଧ୍ୟ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀ ଙ୍କ ପାଇଁ ଠିଆ ହୋଇଛୁ। ଏବିଭିପିର ସ୍ଥାନୀୟ କାର୍ଯ୍ୟକର୍ତା ମାନେ ଶାନ୍ତି ଏବଂ ସ୍ୱଭାବିକ ପରିସ୍ଥିତି ଫେରାଇ ଆଣିବା ପାଇଁ ବାରମ୍ବାର ସ୍ଥାନୀୟ ପ୍ରସାଶନ ସହ କଥା ହେଉଛନ୍ତି।