ଦକ୍ଷିଣପୂର୍ବ ରେଳପଥ ସାଧାରଣ ପରିଚାଳକଙ୍କ ଜଳେଶ୍ୱର ରେଳ ଷ୍ଟେସନ ପରିଦର୍ଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୧୨ବର୍ଷ ବ୍ୟବଧାନରେ ଦକ୍ଷିଣପୂର୍ବ ରେଳ ପଥର ଜେନେରାଲ ମ୍ୟାନେଜର ଜଳେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରିଥିବା ବେଳେ ଜଳେଶ୍ୱର ବିଧାୟକ ଓ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ସହ ଯାତ୍ରୀମାନଙ୍କ ସୁବିଧାଲାଗି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା । ପର୍ଯ୍ୟପ୍ତ ପର୍ଯ୍ୟଟନ, ଧାର୍ମୀକ ଓ ଐତିହାସିକ ଦୃଷ୍ଟି କୋଣରୁ ଏହି ରେଳ ଷ୍ଟେସନକୁ ଏନ୍ଏସ୍ଜି-୪ର ମାନ୍ୟତା ଦେବାକୁ ଦଳମତ ନିର୍ବିଶେଷରେ ସମସ୍ତେ ଦାବି କରିଥିଲେ । ଖଡଗପୁର ରେଳ ଡିଭିଜନ ଅନ୍ତର୍ଗତ ଖଡଗପୁର-ରାଣିତାଲ ସେକ୍ସନରେ ଜଳେଶ୍ୱର ରେଳ ଷ୍ଟେସନରୁ ସର୍ବାଧିକ ୧୦କୋଟି ଟଙ୍କାରୁ ଅଧିକ ରେଳ ରାଜସ୍ୱ (ପ୍ରତ୍ୟେହ ୩ଲକ୍ଷ ଟଙ୍କା) ସଂଗ୍ରହ ହେଉଥିବା ବେଳେ ଯାତ୍ରୀମାନଙ୍କର ମୌଳିକ ସୁବିଧା ପ୍ରତି ଧ୍ୟାନ ଦିଆଯାଉନାହିଁ । ପୁଣି ଏହି ରେଳ ଷ୍ଟେସନରୁ ଏକଦା ଦେଶର ଉତ୍ତରପୂର୍ବ ସର୍ବବୃହତ୍ ଦୁର୍ଗ ରାଇବଣିଆ, ଏସିଆର ସର୍ବବୃହତ ଶିବଲିଙ୍ଗ ଭୁଷଣ୍ଡେଶ୍ୱର, ଭାରତର ସର୍ବବୃହତ ଚଡକଯାତ୍ରା ଚନ୍ଦନେଶ୍ୱର, ଅଦ୍ୱିତୀୟ ସାଇଲେଣ୍ଟ ଜୋନ ବେଳାଭୂମୀ ତାଳସାରୀ, ନାଲି କଙ୍କଡାର ଏନ୍ତୁଡିଶାଳ ତଥା ମନୋରମ ବେଳାଭୂମୀ ଉଦୟପୁର, କାଠରେ ନିର୍ମୀତ ସର୍ବବୃହତ୍ ଦେବୀ ଭୋଗରାଇ ବାସୁଳୀ, ଏତିହାସିକ ଲକ୍ଷ୍ମଣନାଥ ରାୟମହାଶୟ ଗଡ ଓ ଶ୍ୟାମାଠାକୁରାଣୀ ମନ୍ଦିର, ଭକ୍ତକବି ଦୀନକୃଷ୍ଣଙ୍କ ଜନ୍ମସ୍ଥାନ ମୁଣୁତୁଣିଆକୁ ଯାତ୍ରୀମାନେ ଏହି ରେଳ ଷ୍ଟେସନରୁ ଯାତାୟାତ କରୁଥିବାରୁ ଏହାକୁ ରେଳବାଇ ଗରୁତ୍ୱ ଦେବାକୁ ଦାବି ହୋଇ ଆସୁଛି । ଆଜି ଶୁକ୍ରବାର ଦିନ ୨.୩୦ମି.ରେ ଦକ୍ଷିଣପୂର୍ବ ରେଳବାଇର ଜେନେରାଲ ମ୍ୟାନେଜର ସଂଜୟ କୁମାର ମହାନ୍ତି ତାଙ୍କ ପାରିଷଦବର୍ଗ ଏକ ସ୍ୱତନ୍ତ୍ର ଟ୍ରେନ୍ଯୋଗ ଜଳେଶ୍ୱରରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ପ୍ରଥମେ ଷ୍ଟେସନ ସୁପରିଟେଣ୍ଡେଣ୍ଟ ଖଗେନ୍ଦ୍ର ମଣ୍ଡଳ ସମ୍ବର୍ଦ୍ଧନା ସହିତ ପ୍ରଥମଶ୍ରେଣୀ ପ୍ରେକ୍ଷାଳୟକୁ ପାଛୋଟି ନେଇଥିଲେ । ସେଠାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଫୁଲତୋଡା ଓ ଶାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏକ ୨୪ଦଫା ଦାବି ମଧ୍ୟରେ ଜଳେଶ୍ୱର ରାଜଘାଟ ଓ ଅମର୍ଦ୍ଦାରୋଡ ପ୍ଲାଟଫର୍ମର ଉନ୍ନତି, କେତେକ ନୂତନ ରେଳ ଚଳାଚଳ, ଆରଓବ ଓ ଆର‌୍ୟୁବି ନିର୍ମାଣ, ଜଳେଶ୍ୱର ରେଳ ଷ୍ଟେସନକୁ ଏନ୍ଏସ୍ଜି-୪ ପର୍ଯ୍ୟୟଭୁକ୍ତ କରିବା, ପ୍ଲାଟଫର୍ମରେ ରେଳବାଇ ଓ ଜିଆର୍ପି କାର୍ଯ୍ୟାଳୟ ଖୋଲିବା, ରାଇବଣିଆ ଦୁର୍ଗଢାଞ୍ଚାରେ ଷ୍ଟେସନ ମୁଖଶାଳା ନିର୍ମାଣ କରିବା ଏବଂ ଦୀଘା-ରୂପସା ରେଳପଥ ନିର୍ମାଣ କରିବାକୁ ଦାବି ଜଣାଇଥିଲେ । ସେହିପରି ଜଳେଶ୍ୱର ବଣିକ ସଂଘର ସଭାପତି ସୁଧିର କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ବିଜୟ କୁମାର କାମିଳା, ସଂପାଦକ ରାମଭରସ ସାହୁ, ମୁଖ୍ୟ ପ୍ରାବନ୍ଧିକ ଶ୍ରୀ ମହାନ୍ତିଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରି ୫ଯୋଡା ଟ୍ରେନ୍ ରହଣି ସହିତ ୧୧ଦଫା ସଂପର୍କରେ ଦାବିପତ୍ର ପ୍ରଦାନ କରିଥିଲେ । ସମାଜକଲ୍ୟାଣ ବିକାଶ ପରିଷଦର ସଂପାଦକ ଆଇନ୍ଜିବୀ ରାମଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ଶରତ ଚନ୍ଦ୍ର ପରିଡା, ଅଜିତ୍ କୁମାର ମହାନ୍ତି, ଆଦିତ୍ୟ ନାରାୟଣ ପାତ୍ର, ବିଷ୍ଣୁପଦ ମହାନ୍ତି, ସତ୍ୟନାରାୟଣ ଦାସ ପ୍ରମୁଖ ୫ ଯୋଡା ଟ୍ରେନର ଜଳେଶ୍ୱରରେ ରହଣି ସହିତ ୩ଯୋଡା ସାପ୍ତାହିକି ଟ୍ରେନ୍ ରହଣି, ଦୀର୍ଘ ୨ବର୍ଷ ଧରି ଜଳେଶ୍ୱରକୁ ଏଏସ୍ଜି-୪ ମାନ୍ୟତା ଦାବି କରୁଥିବା ଏହି ସଂଗଠନ ଆଜି ମଧ୍ୟ ଦାବିକୁ ଦୋହରାଇଥିଲେ । ଏହା ବ୍ୟତିତ ଟାଟା-ଖଡଗପୁର ପାସେଞ୍ଜର ଟ୍ରେନ୍କୁ ବାଲେଶ୍ୱର ଯାଏ ଚଳାଚଳ, ପ୍ଲାଟଫର୍ମ ଗୁଡିକର ଉନ୍ନତିକରଣ, ପଶ୍ଚିମବାଡ ରାସ୍ତାନିକଟରେ ଟିକଟ କାଉଣ୍ଟର ଓ ଫୁଟଓଭରବ୍ରିଜ୍ର ସମ୍ପ୍ରସାରଣ, ଲିପ୍ଟ ନିର୍ମାଣ, ଦିବ୍ୟାଙ୍ଗ ଓ ବରିଷ୍ଠ ନିଗରିକଙ୍କ ପାଇଁ ଲିଫ୍ଟ ନିର୍ମାଣ ଇତ୍ୟାଦି ୯ଦଫା ଦାବି ସଂପର୍କରେ ଆଲୋଚନା କରିଥିଲେ । ସେହିପରି ଲକ୍ଷ୍ମଣନାଥ ରେଳ ଷ୍ଟେସନଠାରେ ଗତ କିଛିଦିନ ତଳେ ହୋଇଥିବା ଆମରଣ ଅନସନ ଲାଗି ଯେ କୌଣସି ଏକ ଏକ୍ସପ୍ରେସ୍ ଟ୍ରେନ୍ର ରହଣି ଇତ୍ୟାଦି ୬ଦଫା ଦାବି ନେଇ ଉନ୍ନୟନ କମିଟି ସଂପାଦକ ସଂଜୟ ଦାସ, ବୁଦେ୍ଧଶ୍ୱର ପ୍ରଧାନ, ସନ୍ତୋଷ ପାଳ ପ୍ରମୁଖ ଦାବିପତ୍ର ଦେଇଥିଲେ । ଜିଏମଙ୍କ ଶହ ଖଡଗପୁର ଡିଆର୍ଏମ୍, ମନୋରଞ୍ଜନ ପ୍ରଧାନ, ସିସିଏମ୍ ସାତ୍ୟକି ନାଥ, ସିପିଟିଏ୍ ଏମ୍ ଜୈନ, ଆରପିଏଫ ଆଜି ଏସ୍ସି ପାହାଡି, ଡିଏସସି ଭି ନାରାୟଣ, ଓସି ଜେଏନ୍ ମହାପାତ୍ର, ଚିଫ ଅପରେଟିଙ୍ଗ ମ୍ୟାନେଜର, ସିନିର ଡିସିଏମ୍, ସିନିଅର୍ ଡିଓଏମ୍, ସିଏସ୍ ଟେଲିକମ୍ ଇଞ୍ଜିନିୟର, ପ୍ରିନ୍ସପାଲ ଚିଫ ଇଞ୍ଜିନିୟର ଏସ୍.କେ ବିଶ୍ୱାସ ପ୍ରମୁଖ ବହୁ ପଦସ୍ଥ କର୍ମକର୍ତ୍ତ ଆସିଥିଲେ । ଦାବି ଗୁଡିକ ସଂପର୍କରେ ସେ ରେଲୱେ ବୋଡ ଓ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଷୃତି ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା