

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ବୁଗୁଡା ଅଞ୍ଚଳର ଅାଇନଜୀବୀ ତଥା ଭାଜପା ନଗର ମଣ୍ଡଳ ସଭାପତି ହରପ୍ରସାଦ ଦାଶଙ୍କୁ ମଙ୍ଗଳବାର ବୁଗୁଡ଼ା ଥାନାରେ ଅାଇଅାଇସି ରାମଚନ୍ଦ୍ର ବିଶ୍ୱାଳ ଅାକ୍ରମଣ କରିବା ଘଟଣାକୁ ଭାଜପା ପକ୍ଷରୁନିନ୍ଦା କରାଯାଇଛି। ଅାଇଅାଇସି ବିଶ୍ୱାଳଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଗଞ୍ଜାମ ଜିଲ୍ଲା ଭାଜପା ପକ୍ଷରୁ ବୁଧବାର ଦକ୍ଷିଣାଞ୍ଚଳ ଡିଅାଇଜି ଅାଶିଷ ସିଂହଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ଅାଇଅାଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଅାନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଅାଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ ଜିଲା ଭାଜପା ସଭାପତି କାହ୍ନ ଚରଣ ପତି, ବିଭୂତି ଜେନା, ପ୍ରଭାତ ଷଡଙ୍ଗୀ, ପ୍ରବୀର ପାତ୍ର, ଧରଣୀ ବେହେରା, ପ୍ରତାପ ଚନ୍ଦ୍ର ନାୟକ, ଗୋକୁଳାନନ୍ଦ ମଲ୍ଲିକ, ମହେଶ ମହାନ୍ତି, ଜୟନ୍ତୀ ପଢିଆରୀ, ହରିକୃଷ୍ଣ ସାହୁ ପ୍ରମଖଙ୍କ ସମେତ ବହୁ ଭାଜପାକର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା