

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାକୁ ଅପରାଧ ଓ ଅପରାଧୀ ମୁକ୍ତ କରିବା ପାଇଁ ବ୍ରହ୍ମପୁର ପୋଲିସ ଜିଲ୍ଲା ଓ ଗଞ୍ଜାମ ପୋଲିସ ଜିଲ୍ଲା ଦକ୍ଷତାର ସହ କାର୍ଯ୍ୟକରୁଛନ୍ତି ଏହି ଦୁଇ ପୋଲିସ ଜିଲ୍ଲାର ଅଭିଯାନ ଠିକ ରୂପେ ଚାଲିଛି ବୋଲି ନୂତନ ଭାବେ ଦାଇତ୍ୱ ଗ୍ରହଣ କରିଥିବା ଡ଼ିଆଇଜି ପ୍ରଶଂସା କରିଛନ୍ତି । ପୋଲିସ ଟିମ ବେଶ ସକ୍ରିୟ ଅଛନ୍ତି ବୋଲି ମଧ୍ୟ କହିଛନ୍ତି । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆହୁରି କ୍ରିୟାଶୀଳ କରିବାପାଇଁ ଥାନାଧିକାରୀଙ୍କ ଠାରୁ ଆରମ୍ଭ କରି ଏସପିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରୋତ୍ସହିତ କରିବାର ଆବଶ୍ୟକତା ରହିଛି ବୋଲି ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜର ଡ଼ିଆଇଜି ରୂପେ ଆଜି ଦାୟିତ୍ୱ ଗ୍ରହଣ କରିଥିବା ସତ୍ୟବ୍ରତ ଭୋଇ କହିଛନ୍ତି । ସମ୍ବଲପୁର ରେଞ୍ଜରୁ ବଦଳି ହୋଇ ବ୍ରହ୍ମପୁର ରେଞ୍ଜରେ ଆସି ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ରେଞ୍ଜ ଆଇଜି ଯତୀନ୍ଦ୍ର କୋଏଲଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁର ଓ ଗଞ୍ଜାମ ଏସପିଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଉପସ୍ଥିତ ଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ସାମ୍ବାଦିକମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ ଦେଇ ରେଞ୍ଜରେ ମାଓ ଗତିବିଧିକୁ ରୋକାଯିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ କହିଥିଲେ। ଏହିସରକାର ବେଳେ ସତ୍ୟବ୍ରତ ଭୋଇ ଭୁବନେଶ୍ୱର ସହରରେ ଡିସିପି ଥିବାବେଳେ ତାଙ୍କର ସାମ୍ବାଦିକମାନଙ୍କ ସହ ସମ୍ପର୍କ, ଲୋକଙ୍କ ସମସ୍ୟା ସମାଧାନ ଆଦିରେ ସେ ବେଶ ପୂଜିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା