ପାରଳାଖେମୁଣ୍ଡିଦ (ସମୃଦ୍ଧ ଓଡିଶା) ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସିଟିଆରଓ ପ୍ରଥମେ ମୋହନା ବ୍ଲକର କମଳାପୁର ଛକରେ ପହଞ୍ଚି ସେଠାରେ ହୋଇଥିବା କ୍ୱାରେଣ୍ଟ।ଇନ ସେଣ୍ଟର ପରିଦର୍ଶନ କରିବା ସହିତ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କ ସହ ଆଲୋଚନା କରିଥିଲେ । ସେହି ସେଣ୍ଟରରେ ଥିବା ସମସ୍ତ ଆନୁସଙ୍ଗିକ ସୁବିଧାକୁ ବୁଲି ଦେଖିଥିଲେ । ତା ପରେ ପଞ୍ଚାୟତସ୍ତରିୟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚାନ୍ଦିପୁଟ ଠାରେ ବୁଲି ଦେଖିବା ସହ ସେଠାରେ ଥିବା ସମସ୍ତ ସୁବିଧା ଗୁଡ଼ିକ ଉପରେ ଦାଇତ୍ଵରେ ଥିବା କର୍ମଚାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ତତସହିତ ପରବର୍ତ୍ତୀ ମୁହୂର୍ତ୍ତରେ ଆର ସିତାପୁର ଠାରେ ଥିବା କୋଭିଡି କେୟାର ସେଣ୍ଟରକୁ ବୁଲି ଦେଖିବା ସହ ସେଠାରେ ନିର୍ଯୁକ୍ତି ପାଇଥିବା ସମସ୍ତ କର୍ମଚାରୀଙ୍କ ସହ ହସ୍ପିଟାଲରେ ଥିବା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ସେଠାରେ ମଧ୍ୟ ସେ ଜିଲ୍ଲାପାଳ ଅନୁପମ ସାହା ଓ ସିଡିଏମ ଓ ଗୁନୁରାଣୀ ପଟ୍ଟନାୟକ, ଡିଏଚଏଚ ପାରଳାଖେମୁଣ୍ଡି ଦାୟିତ୍ୱରେ ଥିବା ଡାକ୍ତରଙ୍କ ସହିତ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ । ପରେ ସଦର ମହକୁମା ଠାରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ଜିଲ୍ଲା ପାଇଁ ଚାଲି ଥିବା କୋଭିଡି ୧୯ ମୁକାବିଲା କାର୍ଯ୍ୟକ୍ରମ ଉପରେ ବିଶେଷ ଭାବରେ ଆଲୋଚନା କରିଥିଲେ । ଶେଷରେ ଜିଲ୍ଲା ପ୍ରଶାସନ ଦ୍ଵାରା ନିଆଯାଇ ଥିବା ସମସ୍ତ ପଦକ୍ଷେପକୁ ପ୍ରଶଂସା କରିବା ସହ ଅପରାହ୍ନରେ ବ୍ରହ୍ମପୁର ଅଭିମୁଖେ ଫେରି ଯାଇଥିଲେ । ଏହି ଗ୍ରସ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସମେତ ସମସ୍ତ କାର୍ଯ୍ୟରତ କର୍ମୀମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା