ଦକ୍ଷିଣାଞ୍ଚଳ +୨ ବିଜ୍ଞାନ ଫଳାଫଳ:ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୪.୬୧% ଓ ଗଜପତି ଜିଲ୍ଲାରେ ସର୍ବନିମ୍ନ ୩୬.୨୦% ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବିଜ୍ଞାନ ବାର୍ଷିକ ପରୀକ୍ଷା ଫଳାଫଳ ଗତକାଲି ମଧ୍ୟାହ୍ନରେ ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ମଧ୍ୟାହ୍ନ ବାରଟା ସମୟରେ ଭୁବନେଶ୍ୱର ସ୍ଥିତ ‘ଜୟଦେବ ଭବନ’ ପ୍ରେକ୍ଷାଗୃହରେ ଆନୁଷ୍ଠାନିକ ଭାବେ +୨ ବିଜ୍ଞାନ ଫଳାଫଳ ପୁସ୍ତିକା ଉନ୍ମୋଚନ କରାଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ, ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର କୁମାର ପଟ୍ଟନାୟକ, ସଚିବ ମୋନାଲିସା ମହାନ୍ତି, ପ୍ରାଶାସନିକ ଅଧିକାରୀ ଦେବଯାନୀ ଧଳ, ପରୀକ୍ଷା ନିୟନ୍ତ୍ରକ ଡ. ବିଜୟ କୁମାର ସାହୁ, ଉପ-ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ଦାଶ, ସହକାରୀ ପରୀକ୍ଷା ନିୟନ୍ତ୍ରକ ସଞ୍ଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସମଗ୍ର ରାଜ୍ୟରେ ମୋଟ 97, 750 ପରୀକ୍ଷାର୍ଥୀ ଚଳିତ ବର୍ଷ +୨ ବିଜ୍ଞାନ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ 70, 706 ଜଣ କୃତକାର୍ଯ୍ୟ ହୋଇଛନ୍ତି । ତନ୍ମଧ୍ୟରୁ 20, 806 ଜଣ ପ୍ରଥମ, 23, 904 ଜଣ ଦ୍ଵିତୀୟ ଓ 25, 360 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ରାଜ୍ୟରେ ଫଳାଫଳ ହାର ରହିଛି 72.33 ପ୍ରତିଶତ । ସମଗ୍ର ରାଜ୍ୟରେ ଚଳିତ ବର୍ଷ 60 ଜଣ ପରୀକ୍ଷାର୍ଥୀ ୯0 ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝା ପ୍ରକାଶ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ 86.56 % ପାସ ହାର ରହିଥିବା ବେଳେ ଗଜପତି ଜିଲ୍ଲାରେ ସର୍ଵନିମ୍ନ 36.20% ପାସ ହାର ରହିଛି । ନଅଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫଳାଫଳ ଶୂନ ରହିଥିବା ବେଳେ 29ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି l ଛାତ୍ରୀଙ୍କ ପାସ ହାର 75.02 % ହୋଇଥିବା ବେଳେ ଛାତ୍ରଙ୍କ ପାସ ହାର 70.4 % ରହିଛି lଦକ୍ଷିଣାଞ୍ଚଳ ଅଧୀନସ୍ଥ ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଆଦି ଆଠଟି ଜିଲ୍ଲାରେ ଚଳିତ ବର୍ଷ ସର୍ବମୋଟ 19, 673 ଜଣ ପରୀକ୍ଷାର୍ଥୀ +୨ ବିଜ୍ଞାନ ସ୍ରୋତରେ ଫର୍ମ ପୂରଣ କରିଥିଲେ । ସେମାନଙ୍କ ମଧ୍ୟରୁ 19, 348 ଜଣ ପରୀକ୍ଷା ଦେଇଥିଲେ ତନ୍ମଧ୍ୟରୁ 12, 413 ଜଣ ଅର୍ଥାତ 52 .47 ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 3084 ଜଣ ପ୍ରଥମ ଶ୍ରେଣୀ, 3964 ଜଣ ଦ୍ଵିତୀୟ ଶ୍ରେଣୀ ଓ 5246 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଉପସଚିବ ଡ. ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ବିଜ୍ଞାନ ସ୍ରୋତରେ ମୋଟ 10, 939 ଜଣ ଫର୍ମ ପୂରଣ କରିଥିବା ବେଳେ ପରୀକ୍ଷା ଦେଇଥିଲେ 10, 843 ପରୀକ୍ଷାର୍ଥୀ । ତନ୍ମଧ୍ୟରୁ 8, 090 ଜଣ ଅର୍ଥାତ 74.61 ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । 2318 ଜଣ ପ୍ରଥମ, 2720 ଜଣ ଦ୍ଵିତୀୟ ଓ 2965 ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ 87 ଜଣ କମ୍ପାର୍ଟମେଣ୍ଟରେ ପାସ କରିଛନ୍ତି । 16 ଜଣ ପରୀକ୍ଷାର୍ଥୀ ମାଲ ପ୍ରାକ୍ଟିସରେ ଅଭିଯୁକ୍ତ ହୋଇଥିବା ଏହି ସୂତ୍ରରୁ ପ୍ରକାଶ । ଗଜପତି ଜିଲ୍ଲାରେ ବିଜ୍ଞାନ ପରୀକ୍ଷା ପାଇଁ 1043 ଫର୍ମପୂରଣ କରିଥିବା ବେଳେ 1011 ଜଣ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ 366 ଜଣ ଅର୍ଥାତ 36.02 ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି । ବ୍ରହ୍ମପୁର ଜୋନରେ ବିଜ୍ଞାନ ସ୍ରୋତରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ 74.61 ପ୍ରତିଶତ ଓ ଗଜପତି ଜିଲ୍ଲାରେ ସର୍ବନିମ୍ନ 36.20 ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ଏହି ସୂଚନାରୁ ଜଣାପଡ଼ିଛି । କୋରାପୁଟ ଜିଲ୍ଲାରେ ଫର୍ମପୂରଣ କରିଥିବା 2694 ମଧ୍ୟରୁ 2635 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ 1390 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଫଳାଫଳ ହାର ରହିଛି 52.75 ପ୍ରତିଶତ । 400 ଜଣ ପ୍ରଥମ ଶ୍ରେଣୀରେ, 425 ଜଣ ଦ୍ଵିତୀୟ ଶ୍ରେଣୀରେ, 562ଜଣ ତୃତୀୟ ଶ୍ରେଣୀରେ, 3 ଜଣ କମ୍ପାର୍ଟମେଣ୍ଟାଲର ପାସ କରିଥିବା ବେଳେ 13 ଜଣ ମାଲ ପ୍ରାକ୍ଟିସରେ ଅଭିଯୁକ୍ତ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରେ ଫର୍ମପୂରଣ କରିଥିବା 1127 ଛାତ୍ରଛାତ୍ରୀଙ୍କ ମଧ୍ୟରୁ 1093 ଜଣ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ 664 ଜଣ ଅର୍ଥାତ 60.75 ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି l 73 ଜଣ ପ୍ରଥମ, 177 ଦ୍ଵିତୀୟ, 410 ତୃତୀୟ ଶ୍ରେଣୀରେ, 4 ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଥିବା ବେଳେ 7 ଜଣ ଏମ.ପି. ଅଭିଯୁକ୍ତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଫର୍ମପୂରଣ କରିଥିବା 1259 ମଧ୍ୟରୁ 1229 ଜଣ ପରୀକ୍ଷା ଦେଇଥିଲେ । 579 ଜଣ ଅର୍ଥାତ 47.11 ପ୍ରତିଶତ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । 73 ଜଣ ପ୍ରଥମ, 169 ଜଣ ଦ୍ଵିତୀୟ,328 ଜଣ ତୃତୀୟ ଶ୍ରେଣୀରେ, 9 ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଥିବା ବେଳେ 15 ଜଣ ଏମ.ପି. ଅଭିଯୁକ୍ତ ହୋଇଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲାରେ ଫର୍ମପୂରଣ କରିଥିବା 1854 ମଧ୍ୟରୁ 1818 ଜଣ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ 1027 ଜଣ ଅର୍ଥାତ 56.49 ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି । 187 ଜଣ ପ୍ରଥମ, 338 ଜଣ ଦ୍ଵିତୀୟ, 489 ଜଣ ତୃତୀୟ, 13 ଜଣ କମ୍ପାର୍ଟମେଣ୍ଟାଲରେ ପାସ କରିଥିବା ବେଳେ 5 ଜଣ ମାଲ ପ୍ରାକ୍ଟିସ ଅଭିଯୁକ୍ତ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ଫର୍ମପୂରଣ କରିଥିବା 155 ମଧ୍ୟରୁ 152 ଜଣ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ 82 ଜଣ ଅର୍ଥାତ 53.94 ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । 6 ଜଣ ପ୍ରଥମ, 29 ଜଣ ଦ୍ଵିତୀୟ, 47 ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ଫର୍ମପୂରଣ କରିଥିବା 602 ମଧ୍ୟରୁ 567 ଜଣ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ 215 ଜଣ ଅର୍ଥାତ 37.91ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି l 11 ଜଣ ପ୍ରଥମ, 51 ଜଣ ଦ୍ଵିତୀୟ, 153 ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ 3 ଜଣ ଏମ.ପି.ରେ ଅଭିଯୁକ୍ତ ହୋଇଛନ୍ତି । ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଓ ନୀଳକଣ୍ଠେଶ୍ୱରନଗର ସରସ୍ୱତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 11 ଜଣ ଛାତ୍ରଛାତ୍ରୀ 90 ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ୱର ସହ +୨ ବିଜ୍ଞାନ ପରୀକ୍ଷାରେ ସଫଳତା ପାଇଥିବା ଡ. ଓଝାଙ୍କୁ ପଚାରିବାରେ ଜଣାପଡ଼ିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା