ଜଳେଶ୍ୱର (ସମୃଦ୍ଧ ଓଡିଶା) ଦକ୍ଷିଣ-ପୂର୍ବ ରେଳପଥର ଖଡଗପୁର-ଯାଜପୁର ଡି.ଏମ୍.ୟୁ ଲୋକାଲ ଟ୍ରେନଟି ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ ୩୦ ମିନିଣ୍ଟ ବିଳମ୍ବରେଚାଲିବାକୁ ସମୟ ନିଧାର୍ଯ୍ୟ କରାଯାଇ ଥିବାରୁ ଏହି ଟ୍ରେନ ଉପରେ ନିର୍ଭର କରି ଯିବା ଆସିବା କରୁଥିବା ଛାତ୍ରଛାତ୍ରୀ, ରୋଗୀ ଓ ଚାକିରୀଆ ମାନେ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ରେଳଯାତ୍ରୀ ଉପଭୁକ୍ତା ମଂଚ, ଜଳେଶ୍ୱର ତରଫରୁ ଏକ ଲିଖିତ ଅଭିଯୋଗ ପତ୍ର ଦକ୍ଷିଣ-ପୂର୍ବ ରେଳପଥ ଖଡଗପୁର ଡିଭିଜନର ଡି.ଆର୍.ଏମ୍.ଙ୍କୁ ଜଳେଶ୍ୱର ଷ୍ଟେସନ ମେନେଜରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଜଳେଶ୍ୱର ରେଳଯାତ୍ରୀ ଉପଭୁକ୍ତା ମଂଚର ସଭାପତି ଉତମ କୁମାର ଦାସ ମହାପାତ୍ରଙ୍କ ନେତୃତ୍ୱରେ ମନୋ ରଂଜନ ଦାସ, ଦୀଲ୍ଲୀପ କୁମାର ଜେନା, ଆଲୋକ କୁମାର ସାହୁ, ବିନୟ କୁମାର ଦଳାଇ, ମଧୂମିତା ମହାନ୍ତି, ରତନ ଦତ, ରଘୁନାଥ ଦତ, ଶତ୍ରୁଘନ ସାହୁ, ରତନ କୁମାର ପ୍ରଧାନ ପ୍ରମୁଖ ଦାବୀପତ୍ର ପ୍ରଦାନ କରିଥିଲେ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଟ୍ରେନଟି ଚଳାଚଳ ନ କଲେ ଆଗାମୀ ଦିନରେ ସମସ୍ତ ଜନସାଧାରଣ ଆନ୍ଦୋଳନକୁ ଉହ୍ଲାଇବେ ବୋଲି ମଂଚ ତରଫରୁ ଚେତାବନୀ ଦିଆଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡ଼ା