ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଦକ୍ଷିଣ ପ୍ରହରାଜପୁର ଅଙ୍ଗନୱାଡି କେନ୍ଦ୍ରରେ ସହାୟିକା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୦ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ବିଧବା ମହିଳାଙ୍କୁ ଅଗ୍ରାଧିକାର ଦିଆଯିବାର ବ୍ୟବସ୍ଥା ରହିଛି । ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦୌପଦୀ ଘୋଷ(୪୦) ଜଣେ ମାତ୍ର ବିଧବା ପ୍ରାର୍ଥି ଥିବା ବେଳେ ଚୟନ ବେଳେ ସେ ଆବଶ୍ୟକ କାଗଜପତ୍ର ଦର୍ଶାଇନଥିଲେ । ଜଳେଶ୍ୱର ବ୍ଳକରେ ଆଇସିଡିଏସ୍ ବିଭାଗର ସିଡିପିଓ ନ ଥିବାରୁ ଏହି ଦାୟିତ୍ୱରେ ବିଡିଓ ପୁନମ୍ ରାଉତ ରହିଛନ୍ତି । ତାଙ୍କ ନିର୍ଦ୍ଦେଶରେ ସୁପର ଭାଇଜର ବିନତାମଣୀ ସିଂ, ସେକ୍ଟର ସୁପର ଭାଇଜର ସସ୍ମିତା ପଣ୍ଡା, ସଂଚୟିତା ବାରିକ, କନକଲତା ବାରିକ ପ୍ରମୁଖଙ୍କ ଉପସ୍ଥିତିରେ ଏପରି କାର୍ଯ୍ୟ ଚାଲୁଥିବା ବେଳେ କେତେକ ଗ୍ରାମବାସୀ ଦୌପଦୀଙ୍କୁ ଚୟନ କରିବାକୁ ଅଡି ବସିଥିଲେ । ଦୀର୍ଘସମୟ ଧରି କୌଣସ ନିର୍ଯ୍ୟାସ ନ ବାହାରିବାରୁ ଅଂଗନବାଡି କେନ୍ଦ୍ରରେ ହଟ୍ଟଗୋଳ ଲାଗି ରହିଥିଲା । ଶେଷରେ ଅଧିକାରୀମାନେ ଏହି ଚୟନକୁ ବାତିଲ କରିବା ସହିତ ଅନିର୍ଦ୍ଦଷ୍ଟ କାଳ ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିଥିବା ସୁପର ଭାଇଜର ଶ୍ରୀମତୀ ସିଂ କହିଛନ୍ତି ।
ରିପୋର୍ଟ : ଭୂପତି ପରିଡା