ଗୋପାଳପୁର (ସମୃଦ୍ଧ ଓଡିଶା) ପେଟ୍ରୋଲ, ଡିଜେଲ ସହ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଶନିବାର ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ ଗୋପାଳପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଏକ ରାଲି ଆୟୋଜନ ସହ ଅଞ୍ଚଳରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ କରିବା ସହ ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯାଇଥିଲା । ଗୋପାଳପୁର କଂଗ୍ରେସର ବରିଷ୍ଠ ଏସ. ଧର୍ମରାଜ ରେଡ୍ଡୀଙ୍କ ନେତୃତ୍ବରେ ଆୟୋଜିତ ରାଲି ଗୋପାଳପୁରରୁ ବାହାରି ଗୋପାଳପୁର, ରାମଚନ୍ଦ୍ରପୁର, ଡୁରା ଜାତୀୟ ରାଜପଥ, କନିଷି, ହଳଦିଆପଦର ଜାତୀୟ ରାଜପଥରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦରବୃଦ୍ଧି ନେଇ ଲୋକଙ୍କ ମତାମତ ସଂଗ୍ରହ ସହ ଦସ୍ତଖତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ରଶ୍ମିରଞ୍ଜନ ପଟ୍ଟନାୟକ, ନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ଯ୍ୟ, ରଗେଂଇଲୁଣ୍ଡା ବ୍ଲକ କଂଗ୍ରେସ ସଭାପତି ସୁନିଲ ସାହୁ, କେ.ମୋହନ ରେଡ୍ଡୀ,ବାମନ ଆଚାରୀ, ଡମ୍ବରୁ ରଣା, ସୁଦର୍ଶନ ମଲାଣ, ଉମାକାନ୍ତ ସାସମଲ, କାଳିଆ ସେଠୀ, ଅଜିତ କର, ଦୁର୍ଗାଶଙ୍କର ସାହୁ, ରାଧାମୋହନ, ତ୍ରିପତି ପ୍ରଧାନ, ବାବୁ ରାଓ, କିଶୋର, ଗୋପାଳପୁର ମତ୍ସ୍ୟଜୀବୀ ସମ୍ପ୍ରଦାୟ ଗାଁ ମୁଖିଆ ବି. ଦାନେୟାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା