ଦଳିଦେଲା ନରହନ୍ତା ଦନ୍ତାହାତୀ : ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

କୋଇଡା (ସମୃଦ୍ଧ ଓଡିଶା )କୋଇଡା ଥାନା ଅନ୍ତର୍ଗତ ତେନ୍ତୁଲଡିହି ନିକଟସ୍ଥ କାଟାସାହି ଗ୍ରାମର ୫୮ ବର୍ଷିୟ ବୃଦ୍ଧ ଘର ସଉଦା ଆଣିବା ପାଇଁ ନିକଟସ୍ଥ ବଜାର ଯାଇ ଫେରିବା ବେଳକୁ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ଏକ ଦନ୍ତା ହାତୀ ତାଙ୍କୁ ନିଜ ଶୁଣ୍ଢରେ ଟେକି କଚାଡିବା ସହିତ ଦଳିଦେଇଥିବା ଖବର ମିଳିଛି I ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । କୋଇଡା ବନବିଭାଗ ଓ ଥାନା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର କୁ ଉଦ୍ଧାର କରିବା ସହ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।

ରିପୋର୍ଟ : ରଜତ କୁମାର ମହାପାତ୍ର