ଦଶପଲ୍ଲାରେ ବିଜେପିର ମିଶ୍ରଣ ପର୍ବ

ଦଶପଲ୍ଲା(ସମୃଦ୍ଧଓଡିଶା)ଦଶପଲ୍ଲାରେ ଭାରତୀୟ ଜନତା ପାର୍ଟି ତରଫରୁ ସଙ୍ଗଠନ ପର୍ବ ଏବଂ ମିଶ୍ରଣ ପର୍ବ ର ଆୟୋଜନ କରାଯାଇଥିଲା । ସେଥିରେ କନ୍ଧମାଳ ର ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ସହିତ ରାଜ୍ୟ ସାମାଜିକ ଗଣମାଧ୍ୟମର ପଦାଧିକାରୀ ମଧୁସ୍ମିତା ବଳିଆରସିଂ ଯୋଗ ଦାନ କରିଥିଲେ । ଏହି ସଭାରେ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗ ଦାନ କରିବା ସହିତ ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀ ମାନେ ଯୋଗଦାନ କରିଥିଲେ । ଏହି ସଭାରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଗଣିଆ, ନୂଆଗାଁ ଏବଂ ଦଶପଲ୍ଲାରୁ ବହୁ ସଂଖ୍ୟାରେ ପୂର୍ବତନ ଓ ବର୍ତମାନ ନିର୍ବାଚିତ ସରପଂଚ, ନାଏବ ସରପଂଚ, ସମିତି ସଭ୍ୟ, ଅଧ୍ୟକ୍ଷ , ଉପାଧ୍ୟକ୍ଷ ମାନେ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜିଙ୍କର ଦୃଢ ଏବଂ ବଳିଷ୍ଠ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦାନ କରିଥିଲେ । ସ୍ଥାନୀୟ ସାଂସଦ ନୂତନ ଭାବରେ ଯୋଗ ଦାନ କରି ଥିବା ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଅଭିନନ୍ଦନ ଜ୍ଞାପନ କରି ଥିଲେ । ରାଜ୍ୟ ପଦାଧିକାରୀ କୁମାରୀ ମଧୁସ୍ମିତା ବଳିୟାରସିଂ ଉକ୍ତ ସଭାରେ ନିଜର ବକ୍ତବ୍ୟ ରଖି ନୂତନ ଭାବେ ଯୋଗ ଦେଇଥିବା ସଭ୍ୟ ସଭ୍ୟା ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ , ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବୁଥ ସ୍ତରରେ ଲୋକଙ୍କୁ ଯୋଡି ସଂଗଠନକୁ ଆହୁରି ସୁଦୃଢ କରିବାକୁ ଆହ୍ବାନ ଦେଇଥିଲେ। ଓଡ଼ିଶାରେ ଭାରତୀୟ ଜନତା ପାର୍ଟୀକୁ ଆଶୀର୍ବାଦ ଦେଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ ଦେବା ସହିତ ଏଥିରେ ବିଜେପି କର୍ମକର୍ତ୍ତାଙ୍କର ସଂଘର୍ଷ, ବଳିଦାନ, ତ୍ୟାଗ ଓ ଆଶୀର୍ବାଦକୁ ଭୁୟସୀ ପ୍ରଶଂସା କରିଥିଲେ । ଯଶସ୍ଵି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦୃଢ଼ ଓ ସଫଳ ନେତୃତ୍ୱ ଓ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ  ଆତ୍ମ ବିଶ୍ବାସ ତଥା ଦୃଢ଼ତା ପାଇଁ ଓଡ଼ିଶା ରେ ଦଳ ଲୋକଙ୍କ ବିଶ୍ବାସ ଭାଜନ ହୋଇପାରିଛି ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *