କଲିକତା(ସୁଜାତା ବନ୍ଦୋପାଧ୍ୟାୟ) ଓଡିଶାରେ ଦଶହରା ପର୍ବଟି ଗୋଟିଏ ସର୍ବଜନବିଦିତ ନାମ।ଭାରତର ଅନ୍ୟାନ୍ୟ ରାଜ୍ୟରେ ନବରାତ୍ରି, ଦଶମୀ-ଦୁର୍ଗାପୂଜା,ଦଶେରା ନାମରେ ଭି ଏକା ଦିନରେ ପାଲିତ ହୁଏ।ପଶ୍ଚିମବଙ୍ଗ, ବିହାର, ଆସାମ, ଓଡିଶା, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶରେ ଏହାକୁ ଦୁର୍ଗାପୂଜା କୁହାଯାଏ।ଗୁଜରାଟ, ଉତ୍ତରପ୍ରଦେଶ ପଂଜାବ, କେରାଲା ଏବଂ ମହାରାଷ୍ଟ୍ରରେ ‘ନବରାତ୍ରି ପୂଜା’ ହିମାଚଳପ୍ରଦେଶର କୁଲ୍ଲୁ ଉପତ୍ୟକାରେ’କୁଲ୍ଲୁ ଦଶେରା’କର୍ଣାଟକର ମହୀଶୂରେ’ ମହୀଶୂର ଦଶେରା’ତାମିଲନାଡୁ ରେ’ ବୋମ୍ବାଇ ଗୋଲୁ’ଏବଂ ଅନ୍ଧପ୍ରଦେଶରେ ‘ବୋମ୍ବାଲା କୋଲଭୁ’କୁହାଯାଏ।ଓଡିଶାରେ ଲଙ୍ଗଳ ଲୁହା, କରଣୀ, ଢାଲ ଇତ୍ୟାଦି ଯନ୍ତ୍ରାଦିକୁ ଯେମିତି ପୂଜା କରା ଯାଏ ଆୟୁଧ ପୂଜା ବା ଅସ୍ତ୍ରପୂଜା ନାମରେ ।ପଶ୍ଚିମବଙ୍ଗରେ ଭି ସେଦିନ କୃଷିକାଯ୍ୟ ସମ୍ପନ୍ନ କରି ଥୃବାର ସାମଗ୍ରୀକୁ ବହୁତ ଶ୍ରଦ୍ଧାର ସାଙ୍ଗରେ ପୂଜା କରାଯାଏ।ଏଠି ‘ମହାଲୟା’ର ପରେ ଦେବୀପକ୍ଷ ଆରମ୍ଭ।ନବଦୁର୍ଗାକୁ ବରଣ କରି ନବା ପାଇଁ ସାରା ଭାରତ ବ୍ୟସ୍ତ ହୋଇ ଥାଏ।ବଙ୍ଗାଳିମାନେ ଷଷ୍ଠୀରୁ ଦଶମୀ ସକାଳ ପର୍ଯ୍ୟନ୍ତ ପ୍ରତିଦିନ ପୂଜା ମଣ୍ଣପରେ ଆସି ମା’ଙ୍କ ଚରଣରେ ପୁସ୍ପାଞ୍ଜଲି ଅର୍ପଣ କରି ଥାଏ।ଆଳତି ନୃତ୍ୟର ତାଲରେ ପ୍ରଶିକ୍ଷିତ ଢାକିମାନେ ନାଚି ନାଚି ଢାକ ବଜାଇ ନିଜର ଦକ୍ଷତା ପ୍ରମାଣ କରନ୍ତି।ଦଶହରାରେ ରସୁଇଘରରେ ନାନାବିଧ ସୁଖାଦ୍ୟ ପ୍ରସ୍ତୁତ ହେବାର ସହିତ ଇଲିଶମାଛ ବିଶେଷ ଭାବରେ ରନ୍ଧିବାର ଏବଂ ଭୋଗ ଦେବାର ରୀତି ଅଛି।ମଣ୍ଣପରେ ଏୟୋସ୍ତ୍ରୀମାନେ ନୁଆ ଲୁଗା ପିନ୍ଧି, ସଜ୍ଜିତ ହେଇ ଚିରନ୍ତନ ସିଁଦୁରଖେଳରେ ଅଂଶଗ୍ରହଣ କରନ୍ତି।ପରସ୍ପରକୁ କୁଶଳ ସମାଚାର ନେଇ ହୃଦ୍ୟତା ବଜାଇ ରଖନ୍ତି।ସନ୍ଧ୍ୟାରେ ପୁଣି ଜଣେ ଏୟୋସ୍ତ୍ରୀ ପ୍ରତିମାକୁ ବରଣ କରି ମା ଦୁର୍ଗାକୁ ବିଦାୟ ଦିଅନ୍ତି।ଏହି ସମୟରେ ମା ତାଙ୍କର ପତିଗୃହେ ଯାତ୍ରା କଲ୍ଲେ ବଲି ମନା ଯାଏ।ବଡବିଳ, ନଦୀ ବା ଗଙ୍ଗା ବକ୍ଷେ ପ୍ରତିମାକୁ ନିମଜ୍ଜନ କରିବାର ବ୍ୟବସ୍ଥା କରି ହୁଏ।ତାହା ଘେରି ମେଲା ବସେ।ବିସର୍ଜନ ହୋଇ ସାରିଲେ ବିଜୟାଦଶମୀ ଆରମ୍ଭ ହୁଏ।ଛୋଟ ବଡମାନକୁ ପ୍ରଣାମ କରନ୍ତି।ସମବୟସ୍କମାନେ ପରସ୍ପରକୁ ଆଲିଙ୍ଗନ କରନ୍ତି।ମିଠାଦ୍ରବ୍ୟ ଖାଇବା ମିଳେ।ଧର୍ମୀୟ ବିଶ୍ବାସ ଅନୁସାରେ ରାବଣ ସାଙ୍ଗରେ ଯୁଦ୍ଦଯାତ୍ରା ଆଗରେ ରାମଚନ୍ଦ୍ର ଦୁର୍ଗାପୂଜାର ଆୟୋଜନ କରିଥିଲେ।ସେହି ପୂଜାରେ ‘ଚଣ୍ଣୀହୋମ’କରିବା ସମୟରେ ଦେବୀଦୁର୍ଗା ତାକୁ ରାବଣହତ୍ୟାର ବିଶେଷ ଗୋପନ ଉପଦେଶ ଆଶୀର୍ବାଦ ସ୍ୱରୂପ ଦାନ କରୁଥାଏ।ଆଶ୍ୱିନମାସରେ ଶୁକ୍ଳଦଶମୀରେ ରାବଣକୁ ପରାଜିତ କରାଯାଇଥିଲା।ଏହା ଅଶୁଭ ଶକ୍ତିର ବିରୁଦ୍ଧରେ ଶୁଭ ଶକ୍ତିର ପୂଜା।ଶୁଭଶକ୍ତିର ବିଜୟ ଉତ୍ସବ।ଦେବୀମାହାତ୍ମ ଓ ମାର୍କେଣ୍ଣେୟ ପୁରାଣରେ ଏହି ପୂଜାକୁ ‘ମହାପାର୍ବଣ ‘ଓ ‘ଦଶେରା’ନାମରେ ଅଭିହିତ କରା ଯାଇଛି।ମହାମାନବର ମିଲଣକ୍ଷେତ୍ର ପରି ସାରାଭାରତ ଅଶୁଭ ଅସୁର ଶକ୍ତିକୁ ନାଶ କରି ମାତି ଓଠେ ଗୋଟିଏ ସାର୍ବିକ ଅନୁଷ୍ଠାନରେ।