

ଛତ୍ରପୁର(ସମୃଦ୍ଧ ଓଡିଶା)ଦାଦନ ଶ୍ରମିକଙ୍କ ମୃତ୍ୟୁ ଶୋକକୁଳ ପରିବାରକୁ ସମାବେଦନା ଜଣାଇଲେ ବିଧାୟକ ଶ୍ରୀକାନ୍ତ ସାହୁ l ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ପୋଲସରା ଏନ୍.ଏ.ସି ଅନ୍ତର୍ଗତ ୱାର୍ଡ଼ ନଂ -୮ ଦେଉଳପେଢ଼ି ସାହିର ନନ୍ଦକିଶୋର ନାହାକ (ବୟସ – ୩୫) ନାମକ ଜଣେ ବ୍ୟକ୍ତି ହାଇଦ୍ରାବାଦ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ l ତେବେ କାର୍ଯ୍ୟ କରୁଥିବା ସମୟରେ ନନ୍ଦ କିଶୋର ସାହୁଙ୍କ ଆକସ୍ମିକ ଭାବେ ମୃତ୍ୟୁ ଘଟିଛି l ଏହି ଖବର ସମ୍ପୂର୍ଣ ପୋଲସରା ଅଂଚଳରେ ଶୋକର ବାତାବରଣ ସୃଷ୍ଟି କରିଥିବା ବେଳେ ଏହି ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଦେଉଳପେଡ଼ି ସାହି ଗ୍ରସ୍ତ କରି ଶୋକକୁଳ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ଅଂଚଳର ବହୁ ବିଜେଡି କର୍ମୀ ଏବଂ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଶୋକକୁଳ ପରିବାରକୁ ସମାବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି l
ରିପୋର୍ଟ : ନିମାଇଁ ଚରଣ ପଣ୍ଡା