ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା – ପଶ୍ଚିମବଂଗ ମୌତ୍ରୀ ବନ୍ଧନରେ କାର୍ଯ୍ୟ କରି ଆସୁଥିବା ଦାନ୍ତୁନ ଗ୍ରାମୀଣ ମେଳା କମିଟି ପକ୍ଷରୁ ଦାନ୍ତୁନ ଉଚ୍ଚ ମାଧ୍ୟମିକ ସ୍କୁଲ ପରିସରରେ ବିଦ୍ୟାସାଗର ଜୟନ୍ତି, ପ୍ରଣବ ମୁଖାର୍ଜି ସ୍ମୃତି ସଭା ଓ ପ୍ରତିଭା ସମ୍ମାନ ପ୍ରଦାନ ସଭା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଉପାନ୍ତର ସମାଜସେବୀ ତଥା ଦାନ୍ତୁନ ମେଳା କମିଟିର ପ୍ରତିଷ୍ଠାତା ଅଲୋକ ନନ୍ଦି ଅଧ୍ୟକ୍ଷତା କରି ସ୍ୱାଗତ ଓ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଯୋଗ ଦେଇ ବିଦ୍ୟାସାଗରଙ୍କ ବର୍ଣ୍ଣପରିଚୟ ପୁସ୍ତକ ଆଧାରରେ ଓଡିଶାରେ ମଧୁସୂଦନ ରାଓ ବର୍ଣ୍ଣବୋଧ ଲେଖିଥିଲେ । ଏହି ପୁସ୍ତକ ବ୍ୟତିତ ବ୍ୟାକରଣ କୌମୁଦି, ସୀତାର ବନବାସ ଇତ୍ୟାଦି ପୁସ୍ତକ ବିଦ୍ୟାସାଗର ଲେଖି ଶ୍ରେଷ୍ଟତ୍ୱ ପ୍ରତିପାଦନ କରିଥିବା କହିଥିଲେ । ଭାରତ ରତ୍ନପ୍ରାପ୍ତ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ରାଜନୈତିକ ଜୀବନ, ଦେଶ ସେବା, ଓ ଦେଶ ପ୍ରିତୀ ସଂପର୍କରେ କହିଥିଲେ । ମୁଖ୍ୟବକ୍ତାଭାବେ ପଶ୍ଚିମବଂଗର ପ୍ରକ୍ଷାତ ସାହିତ୍ୱିକ ସୁନୀଲ ମାଝି ଯୋଗ ଦେଇ ପଶ୍ଚିମବଂଗ ସାହିତ୍ୟକୁ ବିଦ୍ୟାସାଗରଙ୍କ ଅତୂଳନୀୟ ଦାନ ଏବଂ ପ୍ରଣବ ମୁଖାର୍ଜୀଙ୍କ ଦେଶ ବତ୍ସଳତା ସଂପର୍କରେ କହିବା ସହିତ ଭବିଷ୍ୟତ ପିଢୀକୁ ଅଧିକ ଜ୍ଞାନ ଦେବାଲାଗି ପ୍ରତିଭା ସମ୍ମାନ ପ୍ରଦାନ ଏକାନ୍ତ ଜରୁରୀ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ଆଶିଷ ସାହୁ, ରାଜୀବ ରାୟ, ସନ୍ଦିପ ସିଂହ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ୨୨ଟି ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଶେଷ ଉତ୍କର୍ଷତା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା ।