

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ପୌରାଞ୍ଚଳର ଡକ୍ଟର ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମ ଦିବସ ଉପଲକ୍ଷେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ପ୍ରବନ୍ଧରେ ସୁମିତ୍ରୀ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ବକୃତାରେ ଶୁଚିସ୍ମିତା ନାଥ ଏବଂ ଚିତ୍ରାଙ୍କନରେ ରାକେଶ ବେହେରା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କ୍ରାନ୍ତି ଦିବସ ଉପଲକ୍ଷେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ଅଧ୍ୟକ୍ଷତା କରିଥିଲେ । ଗାନ୍ଧୀ ଓ ସ୍ୱଚ୍ଛ ଭାରତ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେବା ସଂଗେ ସଂଗେ କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି