ଦିଗପହଣ୍ଡି(ସମୃଦ୍ଧ ଓଡିଶା)ପଣ୍ଡିତ ଜବାହର ଲାଲ ନେହେରୁ ଙ୍କ ଜନ୍ମ ତିଥି ତଥା ଶିଶୁ ଦିବସ ଅବସରରେ ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ଏକ ଆଇନ ସଚେତନତା ଶିବିର ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଦିଗପହଣ୍ଡି ଓକିଲ ସଂଘ ଉପସଭାପତି ହରପ୍ରସାଦ ରଥଙ୍କ ସଭାପତିିତ୍ୱରେ ଆୟୋଜିତ ଏହି ସଚେତନତା ଶିବିରରେ ଦିଗପହଣ୍ଡି ବିଚାର ବିଭାଗୀୟ ଅଧିକାରୀ ରଂଜନ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସରକାରୀ ଓକିଲ ନକୁଳ ପ୍ରଧାନ, ବିପ୍ଲବ କୁମାର ମୁଦୁଲି, ଏବିଇଓ ସୁଦାମ ଦାସ, ସିଆରସିସି ଉପେନ୍ଦ୍ର ପଣ୍ଡା, ନାରାୟଣ ପଣ୍ଡା ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ଦାସ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ଏଥିରେ କିଶୋର ନ୍ୟାୟ ସମ୍ପର୍କିତ ଆଇନ ଏବଂ ମୁକ୍ତ ଆଇନ ସହାୟତା ବ୍ୟବସ୍ଥା ଉପରେ ସଚେତନ ସୃଷ୍ଟି କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ପାର୍ଥ ସାରଥୀ ରେଡ୍ଡୀ ଓ ନିମାଇଁ ଚରଣ ପଣ୍ଡା